State

କଣ୍ଟାମାଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଡିସେମ୍ବର ୧୫ରେ ହେବ ବାର୍ଷିକ ଉତ୍ସବ-ସଭାପତି

କଣ୍ଟାମାଳ, ୨୭|୧୧( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମନମୁଣ୍ଡାସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସାମ୍ୱାଦିକ ସଂଘ କଣ୍ଟାମାଳ ପକ୍ଷରୁ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇ ଯାଇଛି | ସଂଘର ସଭାପତି ସୁଶିଲ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | ଆଲୋଚନା କ୍ରମେ ଆସନ୍ତା ଡ଼ିସେମ୍ବର ୧୫ତାରିଖରେ ସଂଘର ବାର୍ଷିକ ଉତ୍ସବ ବେଶ୍ ଧୁମଧାମରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା | ବାର୍ଷିକ ଉତ୍ସବ ପାଇଁ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଦାୟିତ୍ବ ପ୍ରଦାନ କରାଗଲା | ଅତିଥି ମାନଙ୍କୁ ନିମନ୍ତ୍ରିତ କରିବା ,ବିଭିନ୍ନ କ୍ଷେତ୍ରରେ କୃତି ଓ ଲୁକ୍କାୟିତ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସନ୍ଧ୍ୟାରେ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ କୁନୁ ରାଜହଂସ, ବିଜୟ ଆଚାର୍ଯ୍ୟ, ଆଦିତେଶ୍ୱର ମିଶ୍ର, ଜଗାନନ୍ଦ ମହାପାତ୍ର, ଅବୁ ବକ୍କର ଖାଁ,ହୃଦାନନ୍ଦ ମେହେର, ସିଦ୍ଧେଶ୍ୱର ଗିରି, ବିରଜା ନନ୍ଦନ ଦାନି, ପ୍ରଭଞ୍ଜନ ପୁରୋହିତ, ଆଶିଷ ବିହାରୀ ଠାକୁର, କୃପାସିନ୍ଧୁ ସୁନା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ | ସାମ୍ବାଦିକ ଜଗନନ୍ଦ ମହାପାତ୍ର ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button