State

କପିଳାସ ମହୋତ୍ସବ ୨୦୨୩ ଉଦଘାଟିତ

ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୧ବର୍ଷ ପୂର୍ତ୍ତି ଅବସରରେ ୫ମ କପିଳାସ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଅତିଥିମାନଙ୍କ ଦ୍ୱାରା ମଶାଲରେ ଅଗ୍ନି ସଂଯୋଗ କରିଥିଲେ, ପରେ ମନ୍ଦିର ବେଢ଼ା ପରିକ୍ରମା ପରେ ପର୍ବତାରୋହଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଗଙ୍ଗାଧର ସାମଲ, ସଦର ଏସ୍.ଡ଼ିପିଓ ବିଭୁତି ଭୂଷଣ ମହାପାତ୍ର, ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ଓ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଯାହାକି ଏଭେରେଷ୍ଟ ଆହୋରଣ କାରୀ ସ୍ୱର୍ଗତ କଳ୍ପନା ଦାଶଙ୍କ ସ୍ମୃତିରେ ପର୍ବତାରୋହଣ କାର୍ଯ୍ୟକ୍ରମ ତଥା କପିଳାସ ମହୋତ୍ସବକୁ ଉଦ୍ଘାଟନ କରିବା ସହ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ କପିଳାସ ମନ୍ଦିର ପରିସରରୁ ଦେବସଭା ପର୍ଯ୍ୟନ୍ତ ପର୍ବତାରୋହଣ କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ପବିତ୍ର ବଡ଼ଓଷା ଅବସରରେ ପୂଜକ, ସେବାୟତ ଓ କଳାକାର ମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ସ୍ୱତନ୍ତ୍ର ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ମାଇକ୍ରୋମିଡିଆର ନିର୍ଦ୍ଦେଶକ ଅଥୟ ସାହୁ ପରିଚାଳନା କରିଥିଲାବେଳେ ।

ପରେ ଅପରାହ୍ନ୪ଟାରେ ସମୟରେ ବୀର ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବାଜିଚୌକ ଛକଠାରୁ ମଶାଲ ସହ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ବ୍ଲକର ସଂକୀର୍ତ୍ତନ ମଣ୍ଡଳୀ, ବୀର ପାଇକ ସମରକଳାକାର, କ୍ରୀଡ଼ାବିତ ଓ କଳାକାର ମାନେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୋପବନ୍ଧୁ ଟାଉନ ହଲ ଠାରେ ପହଂଚି ଥିଲେ । ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button