State
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବ୍ଲକ ପ୍ରଶାସନ ତିର୍ତ୍ତୋଲ ଓ ଜିଲ୍ଲା ପ୍ରଶାସନ ଜଗତସିଂହପୁର। ଦ୍ଵାରା କୃଷ୍ଣାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ତାଲିମ ଶିବିର ଆୟୋଜନ


ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବ୍ଲକ ପ୍ରଶାସନ ତିର୍ତ୍ତୋଲ ଓ ଜିଲ୍ଲା ପ୍ରଶାସନ ଜଗତସିଂହପୁର। ଦ୍ଵାରା କୃଷ୍ଣାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ତାଲିମ ଶିବିର ଆୟୋଜନ କରାଯାଇ ସମସ୍ତ ଭିନ୍ନକ୍ଷମ ଭାଇ ଓ ଭଉଣୀମାନଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଷୟରେ ଆଲୋଚନା କରାଗଲା। ଆସନ୍ତା ୨୮-୧୧-୨୦୨୩ ମଙ୍ଗଳବାର ଦିନ ୮ ଘଟିକା ସମୟରେ ମଣିଚରଣ ଶାରଳା ଏକାଡେମୀ ତିର୍ତ୍ତୋଲ ଠାରେ (M S Academy Tirtol) ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୩-୨୦୨୪ ଅନୁଷ୍ଠିତ ହେବ। ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ସମସ୍ତେ ନିଜନିଜର ଭିନ୍ନକ୍ଷମ ସାଥୀ ମାନଙ୍କୁ ଆଣି ପହଞ୍ଚିବେ। ଉପରେ ଦିଆଯାଇଥିବା ପତ୍ର ପଢି ବୁଝି ପାରିବେ।ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




