ଆବାସ ଯୋଜନାରୁ ବଞ୍ଚିତ ଦଦରା ନାବର ନାଉରୀ– ମିଟୁ ଦାସ


ତିର୍ତ୍ତୋଲ –:ବହୁ ପ୍ରଶଂସା ରେ ପୋତିହୋଇ ଗଲେଣି ଶାସକ ସରକାର ! ନମ୍ବର ୱାନ ମୁଖ୍ୟମନ୍ତ୍ରୀ କୁ ନମ୍ବରୱାନ ଶାସନ ! ସବୁ ସମୟରେ ଘୋଷଣା ହେଉଛି ଯୋଜନା ପରେ ଯୋଜନା ! କାଗଜ କଲମରେ ଯୋଜନା ହେଉଛି ପୂର୍ଣ୍ଣାଙ୍ଗ !ତାହେଇନଥିଲେ ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଆବାସ ଯୋଜନାରେ ବଖରାଏ ଘର ନପାଇ ଭଙ୍ଗା ଦଦରା ଘରେ ଆଶ୍ରୟ ନିଅନ୍ତେ ! ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କନକପୁର ପଞ୍ଚାୟତର ତରାପୁର ରାଜସ୍ବ ଗ୍ରାମରେ ! ଉକ୍ତ ଗ୍ରାମର ୫୪ ବର୍ଷୀୟ ମିଟୁ ଦାସ ନାମରେ ଜଣେ ଦୀନ ମଜୁରିଆ, ସ୍ତ୍ରୀ ହରପ୍ରିୟା, ପୁଅ ମିହିର, ଝିଅ ପ୍ରିୟଙ୍କା କୁ ନେଇ ଏକ ଭଙ୍ଗା ଦଦରା ଚାଳ ଘରେ ଜୀବନ ବିତାଉଛନ୍ତି ! ସରକାରଙ୍କର ରାସନ ଯୋଜନାରେ କୋଡିଏ କିଲୋ ଚାଉଳ ବ୍ୟତୀତ ଆବାସ ଗୃହ ଟିଏ ପାଇବାକୁ ବହୁ ଆଶାବାନ୍ଧି ଥିବା ବେଳେ ପ୍ରଶାସନ ପାଖରୁ ବାରମ୍ବାର ଅପଦସ୍ତ ହେବାଟା ସାର ହେଉଛି ସିନା କିନ୍ତୁ ଆଶା ପୂରଣ ହେଇ ପାରୁନି ! ଚାଷଜମି ବିହୀନ ମିଟୁ ଦାସ କର୍ମକୁ ଆଦରି ଦଦରା ନାବର ନାଉରୀ ପରି ପଡିରହିଛନ୍ତି ଭଙ୍ଗା ଚାଳଘରେ ! ସମସ୍ତଙ୍କୁ ପକ୍କାଘର ନାରା ଦେଉଥିବା ସରକାରଙ୍କ ଯୋଜନାରୁ ମିଟୁ ଦାସ ବାଦ ପଡିଲା କିପରି ? ଶୁଣିବାକୁ ମିଳେ କୌଣସି ରାଜନୈତିକ ଆକ୍ରୋଶ ରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ! ଲୋକ କଥା ଯେବେ ମିଥ୍ୟାହୁଏ ତେବେ ମିଟୁ ଦାସ ଘର ପାଇନାହିଁ କାହିଁକି ବୋଲି ଚର୍ଚ୍ଚା ଚାଲିଛି !ପଞ୍ଚାୟତ ଅଫିସ୍ ରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନକେଦମ୍ ହେଉଥିବା ମିଟୁ ଦାସଙ୍କୁ ଆଜି ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ କରାଯାଇ ନାହିଁ କାହିଁକି ? ପ୍ରଶ୍ନ ଉଠୁଛି ଏହା ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦାଇତ୍ୱ ହୀନତା ନୁହେଁ ତ ???ଦେଖିବାକୁ ବାକି ରହିଲା ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନ କେବେ ଏହି ଗରିବ ମିଟୁ ଦାସଙ୍କୁ ,ମୁଣ୍ଡ ଗୁଞ୍ଜିବାକୁ ଯୋଗାଉଛନ୍ତି ସରକାରୀ ଆବାସ ଯୋଜନାରେ ପକ୍କା ଘର ଟିଏ ?
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




