State

ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

 

କଣ୍ଟାମାଳ, ୨୬|୧୧( ପ୍ରଭାତ କୁମାର ସାହୁ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା କଣ୍ଟାମାଳ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ବାର୍ଷିକ କ୍ରୀଡା ଶୁକ୍ରବାର ଦିନ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଶନିବାର ଦିନ ଉଦଯାପିତ ହୋଇଯାଇଛି | ଉଦ୍ଘାଟନୀ ଉତ୍ସବରେ କଣ୍ଟାମାଳ ଥାନାର ପୋଲିସ ଅଧିକାରୀ ସୁନିଲ କୁମାର ବେହେରା ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମନ୍ଦିରର ସମ୍ପାଦକ ଶେଷଦେବ ବଗର୍ତ୍ତି, ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତିକେଶ୍ଵର ବେହେରା , କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି, କଣ୍ଟାମାଳ ସଂକୁଳ ବିଦ୍ୱତ୍ ପରିଷଦର ସଭାପତି ଅବଧୂତ ସାହୁ, ଖଲିଆ ପାଲି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁଦାମ ଚରଣ ମିଶ୍ର ଓ ପ୍ରଧାନ ଆଚାର୍ଯ୍ୟ ଭଗବାନ ମନହିରା ପ୍ରମୁଖ ଉପସ୍ଥିତ ଥିଲେ| ଆଜି ଉଦଯାପନୀ ଉତ୍ସବରେ ବରିଷ୍ଠ ଆଚାର୍ଯ୍ୟ ରଞ୍ଜିତ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ପଦ୍ମା ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ | କ୍ରୀଡା ପ୍ରମୁଖ ସୁଶାନ୍ତ ପ୍ରଧାନ କ୍ରୀଡା ସୂଚୀ ପ୍ରଦାନ କରିଥିଲେ | ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅନେକ ବିଭାଗରେ ଖେଳ ପ୍ରଦର୍ଶିତ ହୋଇଥିବା ବେଳେ ବିଦ୍ୟାଳୟରୁ ଶିଶୁ ବିଭାଗରେ ୧୧ଜଣ ଓ ବାଲ ବିଭାଗରେ ୧୦ଜଣ ସଙ୍କୁଳ ସ୍ତରୀୟ କ୍ରୀଡା ପାଇଁ ମନୋନୀତ ହୋଇଥିଲେ | ଏହି କାର୍ଯ୍ୟକ୍ରମରେ ଶିଶୁ ଭାଇ ଭଉଣୀ, ଅଭିଭାବକ, ଗୁରୁଜୀ, ଗୁରୁମା ପ୍ରମୁଖ ଉପସ୍ଥିତ ଥିଲେ |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button