Education

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୫ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ -୨୦୨୩ ପାଳିତ   

 

ଢେଙ୍କାନାଳ: ତା.୨୬.୧୧.୨୦୨୩ ରିଖ: ( )ଆଜି ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ବର୍ଣ୍ଣାଢ଼୍ୟ ୭୫ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ -୨୦୨୩ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟରଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ଏନ୍.ସି.ସି. ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଚାରି ଗୋଟି ଦଳର ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣ ପ୍ରଦାନ କରିବା ଅବସରରେ ସମର ଶିକ୍ଷାର୍ଥୀ ବାହିନୀର

ଗଠନ,ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସମସ୍ତେ ଦେଶ ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵାଗତଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ସଭା ସଂଯୋଜନା ଓ ପରିଚାଳନା କରି ସ୍ଵୀୟ ଅଭିଭାଷଣରେ ଏନ୍.ସି.ସି. ଦିବସ ପାଳନର ତାତ୍ପର୍ଯ୍ୟ,ସମର ଶିକ୍ଷାର୍ଥୀ ବାହିନୀର ଗଠନର ପୃଷ୍ଠଭୂମି,କ୍ୟାଡ଼େଟ୍ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ଦେଶମାତୃକାର ସେବାରେ ନିଜକୁ ସମର୍ପିତ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ସ୍ୱାଧୀନତା ସ୍ବେଚ୍ଛାଚାରିତା ନୁହେଁ ଓ ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଯେଉଁ ସେନାବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି,ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ

ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଓ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।

ବିଦ୍ୟାଳୟ ସ୍ତରୀୟ ଏହି ପ୍ୟାରେଡ୍ ରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ପ୍ରଥମ ସ୍ଥାନ,ସ୍ଥଳବାହିନୀ ବାଳିକା ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ ଓ ନୌ – ବାହିନୀ ବାଳକ ଓ ବାଳିକା ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଏହି ଅବସରରେ ଚଳିତ ବର୍ଷ ପାଇଁ ବିଭିନ୍ନ ଏନ୍.ସି.ସି କ୍ୟାମ୍ପ ଗୁଡିକରେ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବା,ଏ ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବାଧିକ ସର୍ବୋତ୍ତମ ପ୍ରଦର୍ଶନ କରିଥିବା କ୍ୟାଡ଼େଟ୍ ମାନଙ୍କୁ ଓ ବର୍ଣ୍ଣାଢ଼୍ୟ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ସଫଳ ଅଂଶଗ୍ରହକାରୀ ବାଗ୍ମିତାରେ ଆଶୁତୋଷ ତ୍ରିପାଠୀ,ଅବଦୁଲ ରଜାକ୍ ,ଶୁଭ୍ରାଂଶୁ ଶେଖର ସାହୁ, ନେପୋଲିଅନ୍ ସାହୁ,ନାରାୟଣୀ ମହାନ୍ତି,ଶୁଭସ୍ମିତା ସାହୁ ଓଡିଶୀ ନୃତ୍ୟରେ ପାୟଲ ସାହୁ ଏକକ ନୃତ୍ୟରେ ପ୍ରତ୍ୟାଶା ମହାନ୍ତି,ଶୁଭସ୍ମିତା ମହାନ୍ତି,ଦଳଗତ ନୃତ୍ୟରେ ଶୁଭଶ୍ରୀ ବାରିକ, ଅଙ୍କିତା ପ୍ରିୟଦର୍ଶିନୀ ପାତ୍ର,ରିଧି ତ୍ରିପାଠୀ,ସସ୍ମିତା ସାମଲ, ସ୍ଵର୍ଣ୍ଣଲକ୍ଷ୍ମୀ ସାହୁ ପ୍ରମୁଖ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବିଚାରକ ଓ ଦର୍ଶକ ମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଥିଲେ ।କ୍ୟାଡ଼େଟ୍ ମାନେ,ଏହିପରି ଚାରି ଗୋଟି ଦଳ ଏହି ବିଦ୍ୟାଳୟସ୍ତରୀୟ ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇ ମୁଖ୍ୟଅତିଥିଙ୍କ ଠାରୁ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ପ୍ରସଂଶାପତ୍ର ଓ ମୋମେଂଟୋ ଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ୍, ବିରଞ୍ଚି ନାଏକ,ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ଅବସରପ୍ରାପ୍ତ ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଚିଫ୍ ଅଫିସର ତଥା ବର୍ତ୍ତମାନର ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ ଆଜିର ବିଚାରକ କିଶୋର ଚନ୍ଦ୍ର ସାମଲ,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜକ ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ଦିପ୍ତିଶ କୁମାର ଶତପଥୀ,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ

ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ସିଭିଲିଆନ ବାଳକ ଓ ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ତ୍ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଡେପୁଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ,ଅନିତା ସାହୁ,ସୁଜିତ କୁମାର ବାରା,ଏକମାତ୍ର ବରିଷ୍ଠ କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ୭୫ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ -୨୦୨୩ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା।ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ନେତୃତ୍ବରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମିଳିତ ମାର୍ଗଦର୍ଶନରେ ବରିଷ୍ଠ କ୍ୟାଡ଼େଟ୍ ଆଶୁତୋଷ ତ୍ରିପାଠୀଙ୍କର ସୁନ୍ଦର ସଂଯୋଜନାରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ପ୍ରଥମ ଥର ପାଇଁ ସମଗ୍ର ଶିକ୍ଷା ଓ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଓ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ନୂତନ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିଭିନ୍ନ ଶ୍ରେଣୀ ଗୁଡ଼ିକ ପାଇଁ ସବୁଜ,ନୀଳ,ନାଲି ଓ ହଳଦିଆ ଆଦି ବିଭିନ୍ନ ରଙ୍ଗରେ ରଙ୍ଗୀନ ପୋଷାକରେ ସଜ୍ଜିତ ଛାତ୍ରୀ ଛାତ୍ର ମାନେ ମଧ୍ୟ ବାଳିକା ଓ ବାଳକ ସିଭିଲିଆନ ଦଳ ଭାବରେ ବର୍ଣ୍ଣାଢ଼୍ୟ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ ମଧ୍ୟ ସମସ୍ତଙ୍କ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା। ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ସୁମଧୁର ଶାନ୍ତିପାଠ କରିଥିଲେ ।

ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ବର୍ଣ୍ଣାଢ଼୍ୟ ୭୫ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ -୨୦୨୩ ପାଳନ ଅବସରରେ ସ୍ଵାଗତଭାଷଣ,ଅତିଥି ପରିଚୟ ପ୍ରଦାନ,

ଉତ୍ସବର ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍

 

 

Related Articles

Back to top button