State
ପଂଚୁକ ଶିବ ଚତୁର୍ଦ୍ଦଶୀ ।”


ଆମର୍ ପରମ୍ପରା ପଂଚୁକ ତିହାର୍
ଦେଉଚେ କେତେ ଖୁସି ।
ପାହାନ୍ତିଆନୁ ଗାଧେଇ କରି ସଭେ
ଯାଉଛନ୍ ମନ୍ଦିର୍ ମିଶି ।।
ଫୁଲ୍ ଦୁବ୍ ସାଙ୍ଗେ ବେଲ୍ ପତର୍ ଆଉ
କେତେ କଦଳୀ ନଡ଼ିଆ ।
ମନ୍ଦିର୍ ଯାଇକରି ଭୋଗ୍ ଲଗାଇକରି
ମାରୁଛନ୍ ସଭେ ମୁଡ଼ିଆ ।।
ସବୁ କାର୍ତ୍ତିକ୍ ମାସର୍ ଦଶମୀ ଦିନୁ
ପଂଚୁକ ଆରମ୍ଭ୍ ହେଇସି ।
ଏକାଦଶୀ ଯାଇ ଚତୁର୍ଦ୍ଦଶୀ ଦିନ
ଶିବ ଚତୁର୍ଦ୍ଦଶୀ ପଡସି ।।
ରାତି ଉଜାଗର୍ ରହି ପାହାନ୍ତିଆନୁ
ଯିଏ ଡ଼ଙ୍ଗା ଭସାଇ ଦେସି।
ପୂର୍ଣ୍ଣିମା ଦିନରେ ମନ୍ଦିର୍ ଯାଇକରି
ପୂଣ୍ୟ ଅର୍ଜନ୍ କରି ପାରସି ।।
ମନ୍ଦିର୍ ଯାଇ ଠାକୁର୍ ଦର୍ଶନ୍ କରି
କେତେ ମନ୍ ଖୁସି ଲାଗସି ।
ଆମର୍ ପରମ୍ପରା ପଂଚୁକ ତିହାର୍
ପ୍ରତେକ୍ ବରଷ ଆଇସି ।।

ନାମ – ପିଣ୍ଟୁ ମେହେର
ବାଘପାଲି (ଫାଉପାଲି)
ବୌଦ୍ଧ।।
ମୋ – ୭୬୮୨୯୧୧୧୬୬




