

ଭୁବନେଶ୍ୱର, ଆଜି ରାଜ୍ୟ ସମବାୟ ବ୍ୟାଙ୍କ ସଭାଗୃହରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅବସର ପ୍ରାପ୍ତ କର୍ମଚାରୀଙ୍କ ତୃତୀୟ ବାର୍ଷିକ ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି.ଏହି ଅଧିବେଶନରେ ଓଡ଼ିଶାର ସବୁଜିଲ୍ଲାରୁ ଅବସର ଗ୍ରହଣ କରିଥିବା ପିଏନବି କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମାନେ ଯୋଗଦେଇଥିଲେ. ଆମର ସାଧାରଣ ପରିଷଦ ବୈଠକ ସାଢେ ଚାରି ବର୍ଷ ହେଲା ହୋଇନାହିଁ. ଆଜି କୋଭିଡ ପରେ ପ୍ରଥମ ଥର ହେବାକୁ ଯାଉଛି. ରାଜ୍ୟରେ ଶହେରୁ ଅଧିକ ଓ ଦେଶରେ ଅଢେଇ ଲକ୍ଷରୁ ଅଧିକ ପିଏନବି ରିଟାୟାର୍ଡ଼ କର୍ମଚାରୀ ମାନେ ଅଛନ୍ତି. ଆମର ଏଇଟା ଗୋଟେ ବନ୍ଧୁ ମିଳନ. ଏହି ବନ୍ଧୁ ମିଳନରେ ଅତିଥି ମାନଙ୍କ କଥା ଶୁଣିବୁ, ଆମ ରିଟାୟାର୍ଡ଼ କର୍ମଚାରୀମାନଙ୍କ ଅଚିଭମେଣ୍ଟ ଜାଣିବୁ ଓ ଆମ ପିଲାମାନେ ଯେଉଁମାନେ ଏହି ସମୟ ଭିତରେ ଉନ୍ନତି କରିଛନ୍ତି ତାଙ୍କୁ ଉତ୍ସାହିତ କରିବାପାଇଁ ଆଜି ଏହି କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅଲ ଓଡିଶା ରିଟାୟାର୍ଡ଼ କର୍ମଚାରୀଙ୍କ ସାଧାରଣ ସମ୍ପାଦକ ରବି ନାରାୟଣ ସିଂ. ପ୍ରତି ତିନି ବର୍ଷରେ ଆମର କାର୍ଯ୍ୟ ନିର୍ଧାରଣ ହୁଏ ଆଜି ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ନୂତନ କର୍ମ କର୍ତ୍ତା ନିର୍ବାଚନ ହେବ, ଆମର ପେନସନ ଅପ ଗ୍ରେଡେସନ ପାଇଁ ଆଲୋଚନା ହେବ ଓ ମାନ୍ୟବର ଅର୍ଥ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ମେମୋରାଣ୍ଡମ ଦିଆଯିବା ପାଇଁ ପ୍ରସ୍ତୁତି ସ୍ୱରୂପ ଆଜିର କାର୍ଯ୍ୟକ୍ରମ ବୋଲି ଉଲ୍ଲେଖ କରିଛନ୍ତି ପିଏନବି ରିଟାୟାର୍ଡ଼ ଆସୋସିଏସନ ଓଡିଶା ଶାଖାର ସଭାପତି ରତ୍ନ ରେଖା ପଟନାୟକ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




