State

ବୃହତ୍ତର ଓଡ଼ିଶା ମୁକ୍ତି ସାମୁଖ୍ୟ ର ସାଧାରଣ ବୈଠକ। ଗଣ ଆନ୍ଦୋଳନ କରାଯିବାକୁ ସଜବାଜ।


ଛତିଆ ା,୨୬।୧୧,(ଆ ; ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅମରାବତୀ ମଠ ପରିସରରେ ବୃହତ୍ତର ଓଡ଼ିଶା ମୁକ୍ତି ସାମୁଖ୍ୟ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ଏହି ବୈଠକ ରେ ସଂଗଠନ ର ରାଜ୍ୟ ସଭାପତି ପ୍ରଫୁଲ୍ଲ କୁମାର ମହଲା ଯୋଗ ଦେଇ ଓଡ଼ିଶା କୁ ବିଭାଜନ କରିବା ଲାଗି ହେଉଥିବା ଚକ୍ରନ୍ତକୁ ବିରୋଧ କରି କୋଶଳୀ ରାଜ୍ୟ ଗଠନ ପ୍ରସ୍ତାବକୁ ସଂଗଠନ ପକ୍ଷରୁ ତୀବ୍ର ବିରୋଧ

କରାଯାଇଥିଲା। ବିଶେଷ ଭାବରେ ତତ୍କାଳିନ ସମ୍ବଲପୁର ତହସିଲ ର ଚନ୍ଦ୍ରପୁର ଜମିଦାରୀ ଓ ବରଗଡ଼ ତହସିଲ ର ଫୁଲ ଝର ଜମିଦାରୀ ଦ୍ୱେ ୟ କୁ ସମ୍ବି ଧାନର ୩ଖ୍ ଧାରା ଅନୁଯାୟୀ ରାଜନୈତିକ ଓଡ଼ିଶା ପରିସର ଭୁକ୍ତ ହେବା ପାଇଁ ବୃହତ୍ତ ର ଓଡ଼ିଶା ମୁକ୍ତି ସାମ୍ମୁଖ୍ୟ ପକ୍ଷରୁ ଶ୍ରୀ ଯୁକ୍ତ ମହଲା ଦାବି କରିଥିଲେ। ତତ୍କାଳିନ ସଢେଇ କଳା ଓ ଖର୍ଷିଆଁ କୁ ଦେଶୀୟ ରାଜ୍ୟ ଦ୍ବୟ କୁ ମଧ୍ୟ ସାମିଲ କରିବା ଓ ଦ୍ବିତୀୟ ତଃ ଚନ୍ଦ୍ରପୁର ଅଞ୍ଚଳରେ ନିର୍ମିତ କାଲମା ଦ୍ୟାମ୍ ଦ୍ଵିତୀୟ ହୀରାକୁଦ ଭାବେ ଓଡ଼ିଶାର ଚାଷୀ କୁଲ ଉପକୃତ ହୋଇ ପାରିବେ ବୋଲି ଦାବି କରିଥିଲେ। ଯଦି କେନ୍ଦ୍ର ସରକାର ଓଡ଼ିଶା ରାଜ୍ୟର ସ୍ବାର୍ଥ କୁ ଅଙ୍ଗୀକାର ନ କରନ୍ତି,ତେବେ ଆଗାମୀ ଦିନରେ ରାଜ୍ୟରେ ଗଣ ଆନ୍ଦୋଳନ କରାଯିବାକୁ ସଜ୍ ବାଜ ହେଉଥିବା ଜଣାପଡିଛି।

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button