State

ଅସୁସ୍ଥ ହୋଇ ପଡିରହିଥିବା ଜଙ୍ଗଲୀ ହାତୀ ମୃତ୍ୟୁ

ନର୍ଲା:କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନ ର ଗନ୍ଧର ବାରୁ ଗାଁ ନିକଟ ରେ ଅସୁସ୍ଥ ହେଇ ଚିକିତ୍ସିତ ହେଉଥିବା ଜଙ୍ଗଲୀ ହାତୀ ବିଳମ୍ୱିତ ରାତିରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦ୍ଧା ସେକ୍ସନର ଗନ୍ଧର ବାରୁ ଗାଁ ନିକଟରେ ଗୋଟିଏ ଜଂଗଲୀ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଗନ୍ଧର ବାରୁ ଗାଁ ଲୋକେ ଦେଖିବା ପରେ ବନ ବିଭାଗ କୁ ଜଣାଇ ଥିଲେ । ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲ ଙ୍କ ତତ୍ତ୍ଵାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ଉକ୍ତ ହାତୀଟିର ଚିକିତ୍ସା କରିଥଲେ । ହେଲେ ଶେଷରେ ହାତୀ କୁ ବଞ୍ଚାଇ ପାରି ନ ଥିଲେ । ତେବେ କଣ ପାଇଁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ ବ୍ୟବଛେଦ ପରେ ଜଣା ପଡ଼ିବ ବୋଲି ବନ ବିଭାଗର ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ

Related Articles

Back to top button