State

ଭବାନୀପାଟଣା ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ବୈଜ୍ଞାନିକ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ।

  ଭବାନୀପାଟଣା ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ବୈଜ୍ଞାନିକ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ  ହୋଇଅଛି । ଏହି ବିଜ୍ଞାନ ଓ କଳା ପ୍ରଦର୍ଶନୀ କାର୍ଯକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜେ ପ୍ରସ୍ତୁତ କରିଥିବା ବିଜ୍ଞାନ ମେଢ଼ ପ୍ରଦଶନୀ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ୟାମ ଦାସ ଓ ସ୍କୁଲ ପ୍ରଧାନ ଶିକ୍ଷକ ଉପସ୍ଥିତ ହୋଇଥିଲେ ଓ କୁନି କୁନି ପିଲାଙ୍କୁ ଉତ୍ସାହିତ କରିଥିଲେ ଓ ଜୀବନର ବିଜ୍ଞାନ ର ମୁଲ୍ୟ ବିଷୟରେ ଆଲୋଚନା କରିଥିଲେ ଓ ଅଛି ର ଜିବନ ରେ ବିଜ୍ଞାନ କେମିତି ଉନ୍ନତ ହେଲାଣି ସେ ବିଷୟରେ ସଚେତନ

କରାଇବା ସହ ଆଗ କୁ ବଢିବାର ରାସ୍ତା ଦେଖାଇଥିଲେ। ଏହା ସହିତ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନ ମେଳା ଓ ପ୍ରଦଶନି ଦେଖିବା ପାଇଁ ଅଭିଭାବକ ମାନଙ୍କ ଭିଡ ଜମିଥିଲା। ଦିଲ୍ଲୀ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button