State
ମେଂଢ଼ୀମାଳ ହାଇସ୍କୁଲରେ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମରେ ଶିଶୁମାନେ କଲେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ l


ବୌଦ୍ଧ-25/11- ( ହୃଦାନନ୍ଦ ମେହେର )-ମେଂଢ଼ୀମାଳ ହାଇସ୍କୁଲରେ ଆୟୋଜିତ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମରେ ଶିଶୁମାନେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି l ବୌଦ୍ଧ ବ୍ଲକ ମେଂଢ଼ୀମାଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ରେ

ମୁଖ୍ୟ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲା ମଂଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, DSWO ସୁବାଷ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଥିଲେ l ଶିଶୁ ମହୋତ୍ସବ ସର୍ଗିଫୁଲ ରେ ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଯୋଗ ଦେଇ ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି l କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ସହ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




