State

ଆଡେଣୀଗଡ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଛକରେ ବାଇକ ଧକ୍‌କାରେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ।

 

ବୌଦ୍ଧ -25/11-(ହୃଦାନନ୍ଦ ମେହେର )-ଆଡେଣୀଗଡ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଛକରେ ଶନିବାର ସଂନ୍ଧ୍ୟା ୬ ଟା ସମୟରେ ଏକ ବାଇକ ଧକ୍‌କାରେ ଜଣେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁରୁଣାକଟକ ଥାନା ଓ ଆଡେନିଗଡ ଫାଣ୍ଡି ପୋଲିସ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି । ସୂଚନା ପ୍ରକାରେ ବୌଦ୍ଧ ପଟୁ ଦଶପଲା ଆଡକୁ ଯାଉଥିବା OD 15 T 2015 ନମ୍ବର ବିଶିଷ୍ଟ ଏକ ବାଇକ ସାମନାରେ ଆସୁଥିବା ଏକ ସାଇକେଲକୁ ଧକ୍‌କା ଦେଇଥିଲା । ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ବାରିଙ୍ଗ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାଇକେଲ ଚାଳକ ଦ୍ରୋଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button