State

ଶିବଶକ୍ତି ଯୁବକ ସଂଘ ମେହେର ପଡା ଅଷ୍ଟପହରୀ ନାମ ଯଜ୍ଞ ଅନୁଷ୍ଠିତ 

 

– ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମରକେଳି ଠାରେ ଶିବଶକ୍ତି ଯୁବକ ସଂଘ ଆନୁକୂଲ୍ୟରେ କାର୍ତ୍ତିକ ଚତୁଃଦସୀ ଉପଲକ୍ଷେ ଅଷ୍ଟପହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ଝରପଡା ଘାଟରୁ ଏକ ବିରାଟ ସଭା ଯାତ୍ରାରେ କଳସ ସଭା ଯାତ୍ରା ଆରମ୍ଭ ହୋଇଥିଲା । କୁମରକେଳି ଗ୍ରାମ ପରିଦଶନ କରି ନାମ ମଣ୍ଡପକୁ କଳସ ସ୍ଥାପନ

କରାଯାଇଥିଲା ।ଏହିକାର୍ଯ୍ୟକ୍ରମରେ ପୂଜକ ମଣ୍ଟୁ ତ୍ରିପାଠୀ, ପୂଜାଅଚ୍ଚନା କରିଥିବାବେଳେ କର୍ତ୍ତା ଭାବରେ ଛବିଲ ମେହେର ଓ ଧର୍ମ ପତ୍ନୀ ଶାନ୍ତି ମେହେର ଏବଂ ବିଷ୍ଣୁଚରଣ ମେହେର ଓ ତାଙ୍କ ଧର୍ମ ପତ୍ନୀ ବୁଧୁବାରୀ ମେହେର କାର୍ଯ୍ୟ ତୁଲେଇ ଥିଲେ ।ଏହି କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ବେହେରା, ରାତ୍ର ପଧାନ ଓ କୁମରକେଳି ଗ୍ରାମବାସୀ ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମରେ ଏଗାର ଦଳ ସଂକୀତଣ୍ୟ ମଣ୍ଡଳୀ ନିମଂତ୍ରଣ କରିଛନ୍ତି ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button