କୋଟସମଲାଇ-କାଦୋଦର ରାସ୍ତା ମରଣଯନ୍ତା, ଚେଇଁ ଶୋଇଛି ଆରଡି ବିଭାଗ


ଉଲୁଣ୍ଡା ୨୫/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରୁ କାଦୋଦର ଯାଇଥିବା ଆରଡ଼ି ରାସ୍ତା ମରଣଯନ୍ତା ପାଲଟିଛି।ରାସ୍ତାରେ ବଡ ବଡ ଗର୍ତ୍ତ ଖାଲ ଥିବାରୁ ନାହିଁ ନ ଥିବାର ଅସୁବିଧା ହେଉଛନ୍ତି।ଏହି ବାଟ ଦେଇ ଛାତ୍ରଛାତ୍ରୀ ସ୍କୁଲ ପଢୁ ଆସୁଛନ୍ତି,ଲୋକମାନେ ବ୍ୟାଙ୍କ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସୁଥିବା ବେଳେ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇଡିଛି।ଯାହା ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ରାସ୍ତା ରେ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଛି।ରାସ୍ତା ର ଖାଲ ଢିପ ହୋଇ ଗର୍ତ୍ତ ହୋଇଗଲାଣି।ଏହି ବାଟ ଦେଇ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀ ଯାଉଥିଲେ ମଧ୍ୟ କାହାରିକୁ ଦେଖା ଯାଉ ନାହିଁ।ସବୁ ଜାଣିଶୁଣି ପ୍ରଶାସନ ଓ ରାଜନୈତିକ ନେତା ଚୁପ୍ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ସରକାର

ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ଫଳଶୂନ।ଭୋଟ ସମୟରେ ନେତା ମାନେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଅନ୍ତି ହେଲେ ସବୁ ଜାଣିଶୁଣି ଭୁଲି ଯାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଆରଡି ବିଭାଗ କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।ଦୀର୍ଘ ୮କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅତି ଶୀଘ୍ର ରାସ୍ତା ର ଉନ୍ନତି କରିବା ପାଇଁ ଲୋକମାନେ ଦାବି କରିଛନ୍ତି। ଅତି ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ନହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




