ବାବା ବୁଦ୍ଧେଶ୍ବରଙ୍କ ପୀଠରେ ପ୍ରବଳ ଭିଡ ଭିତରେ ବଡ଼ଓଷା ର ନିଆରା ଭଣ୍ଡାର ଭୋଗ ଲାଗି


ପବିତ୍ର ମହାପଞ୍ଚୁକରେ ପର୍ଯ୍ୟଟନ ସ୍ଥଳୀ ଭୁବନର ଆରାଧ୍ୟ ତଥା ପ୍ରାଚୀନ ଶୈବପୀଠ ବାବା ବୁଦ୍ଧେଶ୍ବରଙ୍କ ବଡଓଷାରେ ମହାଦେବଙ୍କ ଉପାସନାରେ ବିଭୋର ଭକ୍ତ। ଆଜି ପବିତ୍ର ବଡ଼ଓଷା ଲାଗି ଭୁବନର ବାବା ବୁଦ୍ଧେଶ୍ବର ପୀଠକୁ ଦୂର ଦୁରନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାପଡିଛି। ସକାଳ ସମୟରେ ବାବା ବୁଦ୍ଧେଶ୍ୱର ଙ୍କ ରୀତିନୀତିରେ ପୂଜା ସରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ ଲାଗି ଶୃଙ୍ଖଳାର ସହ ଧାଡ଼ି ଛିଡ଼ା ହୋଇ ପୂଜାର୍ଚ୍ଚନା କରିଥିଲେ।ମାନସିକ ଭଣ୍ଡାର ଭୋଗ କରିବା ପାଇଁ ମନ୍ଦିରରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା। ବିଶ୍ୱାସ ରହିଛି ମାନସିକ ପୂର୍ଣ୍ଣ ହେଲେ ଆଜିର ଦିନରେ ଭଣ୍ଡାର ଭୋଗ ବା ହାଣ୍ଡି ଭୋଗ ଲାଗି କଲେ

ମନସ୍କାମନା ପୂର୍ଣ୍ଣ ହୋଇଥାଏ। କେଉଁ କେଉଁ ଶୈବ ପୀଠ ରେ ଗଜ ଭୋଗ ଲାଗି ହୋଇଥିବା ବେଳେ ଏହି ପୀଠ ରେ ଭଣ୍ଡାର ଭୋଗ ଲାଗି ହୋଇଥାଏ। ମାନସିକଧାରୀମାନେ ଭଣ୍ଡାର ଭୋଗ ପାଇଁ ସ୍ବତନ୍ତ୍ର ରିତିନୀତି ଅନୁଯାଇ ପ୍ରସ୍ତୁତ କରିଥାନ୍ତି । ଧାଡି ଧାଡି କରି ଭଣ୍ଡାର ଭୋଗ ମନ୍ଦିରର ପୂଜକମାନେ ପ୍ରସ୍ତୁତ କରିଥାନ୍ତି। ଏବଂ ଭୋଗ ଲାଗି ସରିବା ପରେ ଶ୍ରଦ୍ଧାଳୁଙ୍କ ମାନସିକ ସରିଥାଏ। ଖୁସି ବାଣ୍ଟିବା ସ୍ଵେଚ୍ଛାସେବୀ ମାନେ ସ୍ବେଛାକୃତ ଭାବେ ମନ୍ଦିର ପରିସର କୁ ସଫା କରିବା ସହ ଧୂଳି କୁ ଆଖି ଆଗରେ ରଖି ମାସ୍କ ବାଣ୍ଟି ସଚେତନତା କରିଥିଲେ।ତେବେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ତରଫରୁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚଳିତ ବର୍ଷ ଭୁବନ ବୁଦ୍ଧେଶ୍ୱର୍ ମହୋତ୍ସବ କାର୍ଯ୍ୟକ୍ରମ ଜାରି ରହିଥିବାରୁ ପ୍ରତ୍ୟକ୍ଷ ଭାବେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ,ମନ୍ଦିର କମିଟି ସଭାପତି ସନାତନ ସାହୁ, ସଭ୍ୟ ଦୁଷ୍ମନ୍ତ ପୃଷ୍ଟି ଙ୍କ ସହ ସମସ୍ତ ସଦସ୍ୟ ଏବଂ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ତଦାରଖ କରୁଥିବାର ଦେଖିବାକୁ ମିଳିଛି।

ଭୁବନ ରୁ ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




