State
କଣ୍ଟାମାଳ କଲେଜ ରେ ନୂତନ ଓଡିଶା ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ର ପ୍ରସ୍ତୁତି


କଣ୍ଟାମାଳ, ୨୫/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ କଲେଜ ସଭାଗୃହରେ ନୂତନ ଓଡିଶା,ଯୁବ ଓଡିଶା ଓ ନବୀନ ଓଡିଶା ପକ୍ଷରୁ ଉନ୍ନତ ଅଭିଳାଷର ପ୍ରସ୍ତୁତି ବୈଠକ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ କଲେଜର କ୍ରୀଡା, ସଂସ୍କୃତି,ସେବା ଭଳି କାର୍ଯ୍ୟକ୍ରମକୁ ସରସ , ସୁନ୍ଦର ଓ ସୂଚାରୁରୂପେ ଆଗାମୀ ଦିନରେ ପାଳନ କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ଖଟୁଆ ଆଲୋଚନା କରିଥିଲେ |ଉକ୍ତ ବୈଠକରେ ସେବା, କ୍ରୀଡା, ସଂସ୍କୃତି ବିଭାଗର ଛାତ୍ରଛାତ୍ରୀ ପ୍ରତିନିଧି ଓ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ | ବୈଠକକୁ ଅଧ୍ୟାପକ ପୌଲସ୍ତି ପ୍ରଧାନ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସମୀର ମେହେର ଧନ୍ୟବାଦ ଦେଇଥିଲେ |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




