State

ଫାସେଡ଼ରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଫାଇନାଲରେ ମହିପୁରକୁ ପରାସ୍ତ କରିଘଣ୍ଟାପଡ଼ା ଚମ୍ପିଆନ

 

କଣ୍ଟାମାଳ, ୨୫/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ଫାସେଡ଼ ଗ୍ରାମର ଖେଳ ପଡ଼ିଆରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମହିପୁରକୁ ୧-୦ ଗୋଲରେ ହରାଇ ଘଣ୍ଟାପଡ଼ାର ଏସ ଏସ ସ୍ପୋର୍ଟିଙ୍ଗ ଚଳିତବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚରେ ମହିପୁର ସହ ବଲାଙ୍ଗିର ମଧ୍ୟରେ ଖେଳ

ହୋଇଥିଲା।ଏହି ମ୍ୟାଚରେ ମହିପୁରଦଳ ୧-୦ ଗୋଲରେ ବଲାଙ୍ଗିରକୁ ହରାଇ ଫାଇନାଲକୁ ଯାଇଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଘଣ୍ଟାପଡ଼ା ଓ ଟାଟରକେଲା ମଧ୍ୟରେ ଖେଳାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ବରାବର ରହିବାରୁ ଟ୍ରାଇବ୍ରେକର ଜରିଆରେ ଘଣ୍ଟାପଡ଼ା ୪-୧ ଗୋଲରେ ବିଜୟୀ ହୋଇ ଫାଇନାଲ ପ୍ରବେଶ କରି ମ୍ୟାଚ ମହିପୁର ସହିତ ଖେଳିଥିଲା । ଉକ୍ତ ଫାଇନାଲ ମ୍ୟାଚରେ ୧-୦ ଗୋଲବ୍ୟବଧାନରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା ଉକ୍ତ ୨ଟି ସେମିଫାଇନାଲମ୍ୟାଚ ଓ ଫାଇନାଲ ମ୍ୟାଚଗୁଡ଼ିକରେ ଅତିଥିଭାବେ ସ୍ଥାନୀୟ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ଶେଖର ରଣା, କଣ୍ଟାମାଳ ବ୍ଳକ ଉପାଧକ୍ଷ ମହେନ୍ଦ୍ର ରଣା, ଘଣ୍ଟାପଡ଼ା ୧ନଂଜୋନର ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ,

କୁଲୁତାଯୋର ପ୍ୟାକ୍ସ ସଭାପତି ହିମାଞ୍ଚଳ ରଣା, ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ବଲାଙ୍ଗିର ଦେବାଂଶୀ ଜ୍ଵେଲରସର ପ୍ରୋପାଇଟର ସରୋଜ ସାହୁ, ବିଜେଡି ବ୍ଳକ ସଭାପତି ପ୍ରେମରାଜ ରଣା, ସମାଜସେବୀ ଦୟାବନ୍ତ ଧରୁଆ, ଲିଙ୍ଗରାଜ ଧରୁଆ, ଶରତ ରଣା, ସୁଦାମ ରଣା, ସୁଶାନ୍ତ ମାଝୀ, ଅଧ୍ୟାପକମହାନଦିଆ ,ଗ୍ରାମର ମୁଖିଆ ପିତାମ୍ବର ପୁଟା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସଂଗେସଂଗେ ବିଜୟୀ ଦଳକୁ ଗୋଲ୍ଡମେଡାଲ ସହ ଚମ୍ପିଆନ ଟ୍ରଫି ଏବଂ ନଗଦ ରାଶି ଓ ଉପବିଜେତା ଦଳକୁ ସିଲଭର ମେଡାଲ . ଉପବିଜେତା ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ଚମ୍ପିଆନ ଦଳର କୈଲାଶକୁ ମେନ ଅଫ୍ ଦି ଫାଇନାଲ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ମ୍ୟାଚ ଗୁଡ଼ିକୁ ସଞ୍ଜିବ କୁଦେଇ, ବେଣୁପାଣି ବାଘ ଓ ରାଧାକାନ୍ତ ବାଘ ଖେଳ ପରିଚାଳନା କରିଥିବା ସ୍ଥଳେ ପ୍ରଭାତ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ମୋତିଲାଲ ଭୋଇ ସ୍କୋରର କାର୍ଯ୍ୟ ତୁଳାଇଥିବା ସଂଗେ ସଂଗେ ପ୍ରେମଲାଲ ସାହୁ, ସୁନିଲ ଭୋଇ, ପ୍ରଶାନ୍ତ ତରିଆ, ରାକେଶ ଧରୁଆ, ନାରାୟଣ ତରିଆ, ଅନିଲ ଭୋଇ ସମେତ ଫୁଟବଲ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button