State

ଦୁଷ୍କର୍ମକାରୀ ଙ୍କୁ ୧୨ ବର୍ଷ ଜେଲଦଣ୍ଡ ଶୁଣାଇଲେ କେନ୍ଦ୍ରାପଡା ଫାଷ୍ଟ ଟ୍ରାକ କୋର୍ଟ

ନାବାଳିକା ଦୁଷ୍କର୍ମକାରୀ ଙ୍କୁ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦ୍ରାପଡା ଫାଷ୍ଟ ଟ୍ରାକ କୋର୍ଟ।ଅଭିଯୁକ୍ତ ଦୋରା ଜେନା ଓ ଅନିଲ ମଲିକ୍ ଙ୍କୁ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ଦୋଷୀ ସାବ୍ୟସ୍ତ ହୋଇଥିବା ଦୋରା ଓ ଅନିଲ ୨୦୧୧ ମସିହା ନଭେମ୍ବର ୬ ତାରିଖ ରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଏକ ଗାଁ ରୁ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏହି ଘଟଣାରେ ଉଭୟ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା।କେନ୍ଦ୍ରାପଡା ଫାଷ୍ଟ ଟ୍ରାକ କୋର୍ଟ ମାମଲାର ବିଚାର କରି ୨୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଦୋରା ଓ ଅନିଲ ଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଫାଷ୍ଟ ଟ୍ରାକ କୋର୍ଟ।ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ ଜେନା ଏହି ମାମଲା ପରିଚାଳନା କରୁଥିଲେ।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button