Education
ମଦରସା ଫୁରକାନିଆ ବାଲୁବିସି ପ୍ରାଙ୍ଗଣରେ ଏକ ଶିକ୍ଷକ ଓ ଅଭିଭାବକ ସମନ୍ୱୟ କମିଟି ବୈଠକ


ତା ୨୨-୧୧-୨୦୨୩ ଅପରାହ୍ନ ୨ ଘଟିକା ସମୟରେ ମଦରସା ଫୁରକାନିଆ ବାଲୁବିସି ପ୍ରାଙ୍ଗଣରେ ଏକ ଶିକ୍ଷକ ଓ ଅଭିଭାବକ ସମନ୍ୱୟ କମିଟି ବୈଠକ, ଚେୟାରମେନଙ୍କ ଅନୁପସ୍ଥିତିରେ ପ୍ରଧାନ ଶିକ୍ଷକ ଶ୍ରୀ ଏରାଦତ ଅଲିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କର ବିଦ୍ୟାଳୟରେ ଭଲ ଶିକ୍ଷା ଓ ଶିଷ୍ଟାଚାର ସହ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଗୁରୁ ଜନଙ୍କୁ ଯଥା ସମ୍ଭବ ସମ୍ମାନ ଦେବାପାଇଁ ଅଭିଭାବକ ଦୃଷ୍ଟି ଆକର୍ଷଣ କରିଥିଲେ। ମଦରସା ର ଉନ୍ନତି ଓ ଅଭିବୃଦ୍ଧି ପାଇଁ ସରକାରଙ୍କୁ ନିବେଦନ କରାଯିବ ପାଇଁ ପଦକ୍ଷେପ ନେବାକୁ ଦାବି କରାଯିବ। ମୋ ବିଦ୍ୟାଳୟ ପାଇଁ ପା°ଠି ବଢ଼ାଇବା ପାଇଁ ସମସ୍ତ ଅଭିଭାବକ ମାନଙ୍କୁ ବୁଝାଇ ଦିଆଯାଇଥିଲା। ଅଭିଭାବକମାନେ ବହୁତ ସଂଖ୍ୟାରେ ଉପସ୍ଥିତ ଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ଏରାଦତ ଅଲି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରେଣୀ ଘର ଓ ଶିକ୍ଷକ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି ବୋଲି ଉଭୟ ଉଦବେଗ ପ୍ରକାଶ କରିଥିଲେ।
ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା।




