Education

ହାଜୀ ସେଖ ସମୀରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ କମିଟି ବୈଠକ

ଗତ ୨୨-୧୧-୨୦୨୩ ତାରିଖ ଦିନ ହାଜୀ ସେଖ ସମୀରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ କମିଟି ବୈଠକ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଇ ଥିଲା। ଉକ୍ତ ସଭାରେ କମ୍ ସଂଖ୍ୟା ରେ ଅଭିଭାବକଙ୍କ ଉପସ୍ଥିତିରେ ଦୁଃଖ ପ୍ରକାଶ କରି ସଭା ଆରମ୍ଭ ହୋଇଥିଲା, ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ତଥା ବିଦ୍ୟାଳୟରେ ଭଲ ବାତାବରଣକୁ ମଜବୁତ କରିବା ସଙ୍ଗେ ସଙ୍ଗେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନ ଦେବାପାଇଁ ଅଭିଭାବକ ଦୃଷ୍ଟି ଦିଅନ୍ତୁ ବୋଲି ପ୍ରଧାନ ଶିକ୍ଷକ ଦୃଷ୍ଟି ଆକର୍ଷଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟ ଗୃହର ନିର୍ମାଣ କାର୍ଯ୍ୟ ଯଥା ଶିଘ୍ର ଶେଷ କରିବା ପାଇଁ ଠିକାଦାର ମାନଙ୍କୁ ଅନୁରୋଧ କରାଯାଇଥିଲେ। ବିଦ୍ୟାଳୟକୁ +୨ ଯୁକ୍ତ ଦୁଇ, କରାଯିବା ଲାଗି ଅଭିଭାବକ ତରଫରୁ ମତ ବ୍ୟକ୍ତ କରାଯାଇଥିଲା। ଏହି ସଭାରେ ପ୍ରଧାନ ଶିକ୍ଷକ ଓ‌ ବିଦ୍ଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହ କମିଟିର ଚିୟରମେନ ମିରଜା ସମସୁଦିନ ବେଗ ଉପସ୍ଥିତ ଥିଲେ।

ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button