ସାତଶଂଖ ଅପେରା ପରିଚାଳକ ଙ୍କ ନାମରେ ସଂଗୀନ ଅଭିଯୋଗ !

ବଡ ହୀନିମାନ କଳାକାର ଜୀବନ ! ମୁଖ୍ୟପରିଚାଳକ ଦ୍ୱାରା ଶୋଷଣ ! କେମିତି ବଂଚିବେ ପରିବାର ଜନ ? ଯିଏ ଅଗଷ୍ଟ ଏକୋଇଶି ତାରିଖରେ କାର୍ଯ୍ୟରେ ଯୋଗଦାନ ! ସିଏ ତିନିମାସର ଦରମା ନପାଇବାରୁ ଶୂନ୍ୟ ହସ୍ତରେ ଘରକୁ ପ୍ରସ୍ଥାନ !ମଞ୍ଚରେ ଯାତ୍ରା କରିବାକୁ ଅଭାବ ପଡିଲେ କଳାକାର ! ଆକ୍ରୋଶ ଭାବରଖି ବାହାରି ଆସିଥିବା କଳାକାର ନାମରେ ଚୋରି ଅଭିଯୋଗ କରି ଏତେଲା ଦେବାପରେ ବିଚ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଜାତିଗତ ଆକ୍ଷେପ କରି ନିଧୂମ ଅଶ୍ଳୀଳ ଭାଷା ଶୁଣେଇଲେ ଓ ନିସ୍ତୁକ ପିଟିଲେ ! ସିସିଟିଭି ରେ ଫୁଟେଜ ବାହାରି ଭାଇରାଲ ହେବାରେ ଲାଗିଛି ! କିଏ ଏହି ପରିଚାଳକ, କାହା ଇଙ୍ଗିତରେ ଏପରି କରିପାରିଲା ?

ପୋଲିସ ଆଶ୍ଚର୍ଯ୍ୟ ! ଏତେଲା ଦେଇ ଆଇନ କୁ ହାତ ମୁଠାରେ ଧରିଲା କାହା ସାହସରେ ?? ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ସଁଅରା ପଞ୍ଚାୟତ ତଥା ଗ୍ରାମର ଶରତ ସମଲ ଙ୍କ ପୁଅ ପ୍ରଶାନ୍ତ କୁମାର ସାମଲ, ଅକ୍ଟୋପ୍ୟାଡ଼ ବାଦକ ଭାବେ କାର୍ଯ୍ୟ କରିବାକୁ ନିଜର ଜଣାଶୁଣା କଳାକାର ସାଥି ଭଦ୍ରକ ର ଟଙ୍କଧର ପ୍ରଧାନ ଙ୍କ ଯୋଗାଯୋଗରେ ସାତଶଂଖ ଅପେରା ପରିଚାଳକ ଶୁଭେନ୍ଦୁ ମୋହନ ଲେଙ୍କା ଙ୍କ ସହିତ ମାସିକ ୧୮୦୦୦/(ଅଠର ହଜାର )ଟଙ୍କା ଦରମା ଫାଇନାଲ କରି ଅଗଷ୍ଟ ୨୧ ତାରିଖରେ ସାତଶଂଖ ଯାତ୍ରାଦଳରେ ଯୋଗ ଦେଇଥିଲେ !ପ୍ରାୟ ତିନି ମାସ କାର୍ଯ୍ୟ କଲାପରେ ପାରିଶ୍ରମିକ ନ ମିଳିବାରୁ ପାର୍ଟି ର ପରିଚାଳକଙ୍କୁ ଦରମା ମାଗିଥିଲେ ! ମାତ୍ର ଟଙ୍କା ନ ଦେବାକୁ ବିଭିନ୍ନ ବାହାନା କରି ପରିଚାଳକ ମହାଶୟ ଦିନ ଗଡେଇ ଗଡେଇ ଚାଲିଥିଲେ ! ପରିବାରକୁ ପ୍ରତିପୋଷଣ କରିବାକୁ ଅସୁବିଧା ଅନୁଭବ କରିବାରୁ ପ୍ରଶାନ୍ତ ପାର୍ଟି ଛାଡି ଶୂନ୍ୟ ହସ୍ତରେ ଘରକୁ ପଲେଇ ଆସିଲେ !ଏଥିରେ କ୍ରୋଧିତ ହୋଇ ପରିଚାଳକ ମହାଶୟ ତିର୍ତ୍ତୋଲ ଥାନାରେ ପ୍ରଶାନ୍ତ ନାମରେ ଏକ ଚୋରି କେସ ଦାୟର କରିବା ପରେ,ପୂର୍ବ ପରିଚିତ ଅତୁଲ ଦାଶଙ୍କ ଜରିଆରେ ପ୍ରଶାନ୍ତର ଗ୍ରାମକୁ ଆସି ବିଚ ରାସ୍ତାରେ କଲର ଧରି ଘୋଷାଡ଼ି ଘୋଷାଡ଼ି, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜଗତସିଂହପୁର ଜଇପୁର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଅତୁଲ ଦାଶଙ୍କ ଘରକୁ ଆଣି ଜାତିଆଣା ଆକ୍ଷେପ କରି ଗାଳି କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ ! ଏହି ଅବସ୍ଥାକୁ ପ୍ରଶାନ୍ତ ର ୧୦ ବର୍ଷର ଝିଅ ଋତୁ ସାମଲ ଦେଖି ଘରେ ଜଣାଇବାରୁ ପ୍ରଶାନ୍ତ ର ବାପା ଶରତ ସାମଲ, ସ୍ତ୍ରୀ ରଶ୍ମି ସାମଲ ଓ ପଡିଶା ଲୋକେ ଆସି ପ୍ରଶାନ୍ତ କୁ ଉଦ୍ଧାର କରି,ତିର୍ତ୍ତୋଲ ଥାନାରେ ଜଣାଇ ମଣିଜଙ୍ଗା ଡାକ୍ତରଖାନା ରେ ଚିକିତ୍ସା କରାଇ ପରେ ଥାନାରେ ଲିଖିତ ଏତେଲା ଦାୟର କରିଥିଲେ ! ପ୍ରଶାନ୍ତ ର ସ୍ତ୍ରୀ ମଧ୍ୟ ଛଡାଛଡି ସମୟରେ ସାମାନ୍ୟ ଆହତ ହୋଇଥିବାର ଜଣାଇ ଥିଲେ !ପରିଚାଳକ ମହାଶୟ ପ୍ରଶାନ୍ତ କୁ ଘୋଷାଡ଼ି ଘୋଷାଡ଼ି ଆଣିବା ଜଣେ ଭଦ୍ରବ୍ୟକ୍ତିଙ୍କ ସିସିଟିଭି ଫୁଟେଜ ରେ ରହିଥିବାର ପ୍ରମାଣ ଓ ଅନେକ ବ୍ୟକ୍ତି ଏହି ଅମାନୁଷିକ କାର୍ଯ୍ୟର ସାକ୍ଷୀ ଥିବାର ସୂଚନା ମିଳିଛି ! କେବଳ ଦେଖିବାକୁ ବାକି ରହିଲା ତିର୍ତ୍ତୋଲ ଥାନାଧିକାରୀ ସମ୍ପୃକ୍ତ ପରିଚାଳକ ର ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିବା ଓ ଆଇନ କୁ ନିଜ ହାତକୁ ନେଇ ଏତେଲା ଦେବା ପରେ ପ୍ରଶାନ୍ତ କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କଣ ପଦକ୍ଷେପ ନେଉଛନ୍ତି ??

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା




