State
ମନୁପାଲି ସ୍କୁଲରେ ଅନୁଷ୍ଠିତ ହେଉଥିବା ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ।


ବୌଦ୍ଧ-୨୪-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନୁପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଛି। ଶିବିରରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ୭୨ଜଣ ଛାତ୍ରୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ସାବିତ୍ରୀ ମେହେର ଓ ଯସ୍ମୀନ ବାଦୀ ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ତାଲିମ

ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ରଘୁନାଥ ମେହେରଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




