ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକରେ ରକ୍ତଦାନ ଶିବିର ଅନୁଷ୍ଠିତ।


ବୌଦ୍ଧ 24/11-(ହୃଦାନନ୍ଦ ମେହେର )-ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ନୁଆ.ଓ. ନବୀନ ଓଡ଼ିଶା,ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି । ଏହି କାର୍ଯକ୍ରମ ର ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଥି ଏହାକୁ ଉଦଘାଟନ କରିଥିଲେ।ସାମାଜିକ ସଚେତନତା କାର୍ଯକ୍ରମ ର ନୋଡାଲ ଅଫିସର

ସୁରେଶ୍ଵର ଯୋଶୀଙ୍କ ତତ୍ତ୍ଵାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଧକ୍ଷା ଡ. ରମେଶ ଚନ୍ଦ୍ର ତରେନିଆ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ 30 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଓଡ଼ିଶା ରକ୍ତ ଭଣ୍ଡାର ବୌଦ୍ଧର ଡକ୍ଟର ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ । ଏଥିରେ ଅଧ୍ୟାପକ ଲଳିତ ମେହେର,ଓ ମୁଖ୍ୟ ନୋଡାଲ ଅଫିସର ଡକ୍ଟର ପ୍ରମୋଦ କୁମାର ମହାପାତ୍ର ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ବିଭାଗ

ଆନୁକୁଲ୍ୟରେ ଭଲିବଲ ଓ badminton ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ କ୍ରୀଡା ଶିକ୍ଷକ ମଧୁସୂଦନ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତା ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




