ଫାସେଡ଼ରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଚତୁର୍ଥ ଦିବସରେ ଟିକ୍ରିପଡ଼ାକୁ ହରାଇ ଟାଟରକେଲା ସେମିରେ, ଶନିବାର ଫାଇନାଲ


କଣ୍ଟାମାଳ, ୨୪/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ଫାସେଡ଼ ଗ୍ରାମର ଖେଳ ପଡ଼ିଆରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସର ପ୍ରଥମ ମ୍ୟାଚରେ ଟିକ୍ରିପଡ଼ା ସହ କର୍ଲାମୁହାଣ ଖେଳିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକର ଜରିଆରେ ଟିକ୍ରିପଡ଼ା ୨-୧ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଯୋଗ୍ୟତା ଲାଭ କରିଛି। ସେହିପରି ଦ୍ୱିତୀୟ ମ୍ୟାଚରେ ଟାଟରକେଲା ଦଳ ତେନ୍ତୁଲିମୁଣ୍ଡା ସହିତ ଖେଳି ଟାଟରକେଲା ୧-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡରେ ଟିକ୍ରିପଡ଼ା ସହିତ

ଖେଳିଥିଲା। କିନ୍ତ ଟିକ୍ରିପଡ଼ା ଦଳ ଟାଟରକେଲା ଠାରୁ ଟ୍ରାଇବ୍ରେକର ଜରିଆରେ ୫-୪ଗୋଲରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା। ଫଳରେ ଚତୁର୍ଥ ଦଳ ଭାବେ ଟାଟରକେଲା ସେମିରେ ପ୍ରବେଶ କରିଛି। ଉକ୍ତ ମ୍ୟାଚ ଗୁଡ଼ିକରେ ମୁଖ୍ୟଅତିଥିଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ଯୁବସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର, ବିଜେପିର ଯୁବ ନେତା ଶିବ କମ୍ପ, କଣ୍ଟାମାଳ ବ୍ଳକ କଂଗ୍ରେସ ଉପସଭାପତି ଗୋପ ରଣା , ଗ୍ରାମର ମୁଖିଆ ପିତାମ୍ବର ପୁଟା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମ୍ୟାଚ ଗୁଡ଼ିକୁ ସଞ୍ଜିବ କୁଦେଇ, ବେଣୁପାଣି ବାଘ ଓ ରାଧାକାନ୍ତ ବାଘ ଖେଳ ପରିଚାଳନା କରିଥିବା ସ୍ଥଳେ ପ୍ରକାଶ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ମୋତିଲାଲ ଭୋଇ ସ୍କୋରର କାର୍ଯ୍ୟ ତୁଳାଇଥିଲେ ସଂଗେ ସଂଗେ ପ୍ରେମଲାଲ ସାହୁ, ସୁନିଲ ଭୋଇ, ପ୍ରଶାନ୍ତ ତରିଆ, ରାକେଶ ଧରୁଆ ସମେତ ଫୁଟବଲ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




