Business

କିର୍ଲାରେ ମାଣ୍ଡିଆ ଚାଷ ଉପରେ ହାର୍ଭେଷ୍ଟ ଫେଷ୍ଟିଭାଲ ଅନୁଷ୍ଠିତ

କଣ୍ଟମାନ, ତା ୨୩/୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟମାଳ ସ୍ଵେଚ୍ଛାସେବୀ ଅନୁଷ୍ଠାନ ୱାଈ.ସି.ଡ଼ି.ଏ ତରଫରୁ ସିମିଳିପଦର ଗ୍ରାମ ପଞ୍ଚାୟତର କିର୍ଲା ଗ୍ରାମର ଚାଷୀ ଟିକୁନ ସାହୁଙ୍କ ମାଣ୍ଡିଆ ଚାଷ କ୍ଷେତ୍ରରେ ହାର୍ଭେଷ୍ଟ ଫେଷ୍ଟିଭାଲ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିର୍ଲା, ଘିକୁଣ୍ଡି, ରେଙ୍ଗାଲି, ତୁଳସୀକଟା, ରୁଗୁଡ଼ିପାଲି, ବୁଟୁମୁଣ୍ଡା,ପଥରଖଣ୍ଡି, ଡୁଙ୍ଗେରଝୁଲି ଓ ବ୍ରାହ୍ମଣି ଇତ୍ୟାଦି ଗ୍ରାମରୁ ପ୍ରାୟ ୨୦୦ରୁ ଅଧିକ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କଣ୍ଟାମାଳ ବ୍ଲକ୍ କୃଷି ଅଧିକାରୀ ଲଳିତ କୁମାର ସାହୁ, ଓଡ଼ିଶା ରାଜ୍ୟ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କୁମାର୍ କାର୍ଜି ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ଆଲୋଚନା କରିବା ସହିତ ଚାଷୀମାନେ ଯେପରି ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା କୃଷି ଯନ୍ତ୍ରପାତି ସବସିଡିରେ ପାଇ ତାର ବ୍ୟବହାର ମାଧ୍ୟମରେ ମାଣ୍ଡିଆ ଚାଷ କରି ଅଧିକରୁ ଅଧିକ ଅମଳ କରିବା ଉପରେ ବକ୍ତବ୍ୟ ରଖିଥିଲେ। ସମସ୍ତେ ଯେମିତି ପ୍ରତ୍ୟେକ ଦିନ ନିଜର ଆହାର ଥାଳିରେ ମାଣ୍ଡିଆ ଖାଦ୍ୟକୁ ସାମିଲ୍ କରିବେ, ତା ସହିତ ମାଣ୍ଡିଆ ମଣ୍ଡିରେ ବିକ୍ରି କରି ଲଭବାନ୍ ହେବେ ଏବଂ ଏହା ନିୟମିତ ଖାଇବା ଦ୍ବାରା ଆମର ସ୍ବାସ୍ଥ୍ୟ ସୁସ୍ଥ ରହିବା ଉପରେ ମଧ୍ୟ ଅଭିଭାଷଣ ରଖିଥିଲେ ।ଚାଷୀମାନେ ମଧ୍ୟ ତାଙ୍କର ମାଣ୍ଡିଆ ଚାଷର ଅନୁଭୂତିକୁ ଉପସ୍ଥାପନ କରିଥିଲେ । ଉକ୍ତ ଫେଷ୍ଟିଭାଲରେ ଅଗ୍ରଣୀ ଚାଷୀଙ୍କୁ ସମ୍ମାନୀତ କରଯାଇଥିଲା। ଶେଷରେ ଫସଲ କଟିବା ପଦ୍ଧତ୍ତି ପରୀକ୍ଷଣ କରଯାଇଥିଲା । ବ୍ଲକ୍ ସଂଯୋଜକ ଗୌରୀ ଶଙ୍କର ଥାଟୀ, ବ୍ଲକ୍ ସହ ସଂଯୋଜକ ଅନିଲ ବେହେରା, ମାତୃଶକ୍ତି ମହିଳା କୃଷକ ଉତ୍ପାଦକ ଅନୁଷ୍ଠାନର ସି.ଇ.ଓ ବିକାଶ ମହାକୁଡ଼ ଓ ୱାଇ.ସି.ଡି.ଏର ସମସ୍ତ ସି.ଆର୍.ପି.ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button