State

ମଶାଲ ଶୋଭାଯାତ୍ରା ରୁ ଶୁଭାରମ୍ଭ ହେଲା ଭୁବନ ବୃଦ୍ଧେଶ୍ଵର ମହୋତ୍ସବ, ମନ ମୋହିଲା ଘୁମୁରା ନୃତ୍ୟ

 – ଢ଼େଙ୍କାନାଳ ଜିଲ୍ଲାର ପ୍ରାଚୀନ ଶୈବପୀଠ ତଥା ଭୁବନର ଆରାଧ୍ୟଦେବ ବାବା ବୁଦ୍ଧେଶ୍ୱରଙ୍କ ମନ୍ଦିରରେ ଆଜି ଭୁବନ ବୁଦ୍ଧେଶ୍ଵର ମହୋତ୍ସବ 2023 ଉଦଘାଟନ ହୋଇଯାଇଛି । ଭୁବନ ବାସି ଙ୍କ ବହୁ ଦିନର ଆଶା ଏବଂ ସ୍ବପ୍ନଥିଲା ଏହି ଭୁବନ ବୁଦ୍ଧେଶ୍ଵର

ମହୋତ୍ସବ,ଯାହାକି ପ୍ରଶାସନ ସହ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଓ ଭୁବନ NAC ର ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ନେତୃତ୍ୱରେ ସାକାର ହୋଇ ମହା ଆଡମ୍ବର ସହିତ ଉଦଘାଟନ ହୋଇଥିବା ଦେଖିବାକୁ ମିଳିଛି ।

 – ମହୋତ୍ସବ ର ଉଦଘାଟନ ପାଇଁ ଭୁବନ କାଳିବଜାର ସ୍ଥିତ ମା ବାଟ ମଙ୍ଗଳା ଙ୍କ ପୀଠରେ ମଶାଲ କୁ ପୂଜାର୍ଚ୍ଚନା କରାଯିବା ପରେ ଦେଶର ସର୍ବ କନିଷ୍ଠ ସହିଦ ବୀର ବାଜିରାଉତ୍ ଙ୍କ ପ୍ରତିମୂର୍ତ୍ତି ରେ NAC ନଗରପାଳ, ବ୍ଲକ ଅଧ୍ୟକ୍ଷା, ତହସିଲଦାର, ନିର୍ବାହୀ ଅଧିକାରୀ ଙ୍କ ସହ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଧୂପ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା। ଏହି ଶୋଭାଯାତ୍ରା ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ମହୋତ୍ସବ ସ୍ଥଳ ବାବା ବୁଧେଶ୍ୱର୍ ପୀଠ ରେ ପହଞ୍ଚି ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ଉଦଘାଟନ କାର୍ଯ୍ୟକ୍ରମ କରାଯାଇଥିଲା।ଭୁବନବ୍ଲକ ର ଆଠରଗୋଟି ପଞ୍ଚାୟତ ଏବଂ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ହେଉଥିବା ଏହି ମହୋତ୍ସବର ପ୍ରଥମ ଦିନ ରେ ବହୁ ସଂଖ୍ୟାରେ ଅଞ୍ଚଳବାସୀଙ୍କ ସହିତ ମଶାଲ ଶୋଭାଯାତ୍ରାରେ ପାରମ୍ପାରିକ ଲଉଡ଼ି ଖେଳ,ସଙ୍କୀର୍ତ୍ତନ ମଣ୍ଡଳୀ, ଢ଼ୋଲ୍ ବାଜା ଓ ଘୁମୁରା ନାଚ ସାମିଲ ଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା ଶବର ଜାତିର ପାରମ୍ପରିକ ଘୁମୁରା ନୃତ୍ୟ । ଏହି ଘୁମୁରା ନୃତ୍ୟକୁ ଭୁବନ ବାସୀ ଆନନ୍ଦରେ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଏହି ମହୋତ୍ସବ ,ପ୍ରସିଦ୍ଧ କଟକ ବାଲିଯାତ୍ରା ପରି ଦ୍ଵିତୀୟ ବାଲିଯାତ୍ରା ଭାବେ ଖ୍ୟାତି ଅର୍ଜନ କରିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

 – ଭାଇଚାରା ସହର ଭୁବନ ର ବହୁ ପ୍ରତିକ୍ଷିତ ଏହି ମହୋତ୍ସବ ରେ ଓରମାସ ମେଳା,ମିନାବଜାର,ଦୂରଦୂରାନ୍ତରୁ ଆସିଥିବା ଦୋକାନ ବଜାର ,ପାରମ୍ପାରିକ ବାଉଁଶ ତିଆରି ଜିନିଷ, ମାଟି ଜିନିଷ, ଭୁବନ ର ଖ୍ୟାତି କଂସା ପିତ୍ତଳ ବାସନ ଆଦି ସାମିଲ ଥିବା ବେଳେ ଆସନ୍ତା 26,27, 28ତାରିଖ ର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ତଥା ଶ୍ରଦ୍ଧାଳୁ ଙ୍କ ମାନମୋହିବ ବୋଲି ଆଶାବ୍ୟକ୍ତ କରିଛନ୍ତି।ତେବେ ଚବିଶ ପ୍ରହରୀ ନାମ ଯଜ୍ଞ ଓ ଆର୍ଯ୍ୟ ସମାଜ ତରଫରୁ ବିଶ୍ଵଶାନ୍ତି ମହାଯଜ୍ଞ ଏହି ମହୋତ୍ସବ କୁ ଆହୁରି ଉତ୍ସବ ମୁଖର କରିଦେଇଛି।

ଭୁବନ ରୁ ସ୍ଵତନ୍ତ୍ର ପ୍ରତିନିଧି ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button