Country

ଫାସେଡ଼ରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ,  ତୃତୀୟ ଦିବସରେ ବଲାଙ୍ଗିରକୁ ହରାଇ ଘଣ୍ଟାପଡ଼ା ସେମିରେ

 

କଣ୍ଟାମାଳ, ୨୨/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ଫାସେଡ଼ ଗ୍ରାମର ଖେଳ ପଡ଼ିଆରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସର ପ୍ରଥମ ମ୍ୟାଚରେ ଘଣ୍ଟାପଡ଼ାର ଏସ ଏସ ସ୍ପୋର୍ଟିଙ୍ଗ ସହ ମହିମୁଣ୍ଡା ଖେଳିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକର ଜରିଆରେ ଘଣ୍ଟାପଡ଼ା ୩-୨ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଯୋଗ୍ୟତା ଲାଭ କଲା। ଦ୍ୱିତୀୟ ମ୍ୟାଚରେ ଖଲିଆପାଲି ସହିତ

ବଲାଙ୍ଗିରର ରିସାନ ସହିତ ଖେଳି ବଲାଙ୍ଗିର ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡରେ ଘଣ୍ଟାପଡ଼ା ସହିତ ଖେଳିଥିଲା। କିନ୍ତୁ ଘଣ୍ଟାପଡ଼ାଠାରୁ ୨-୧ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା। ଫଳରେ ତୃତୀୟ ଦଳ ଭାବେ ଘଣ୍ଟାପଡ଼ା ସେମି ରେ ପ୍ରବେଶ କରିଛି। ଉକ୍ତ ମ୍ୟାଚ ଗୁଡ଼ିକରେ ମୁଖ୍ୟଅତିଥିଭାବେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ତଥା ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ସମାଜସେବୀ ଗୁରୁଚରଣ ରଣା, ଉଗ୍ରେସନ ପଟ୍ଟନାୟକ , ଗ୍ରାମର ମୁଖିଆ ପିତାମ୍ବର ପୁଟା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମ୍ୟାଚ ଗୁଡ଼ିକୁ ସଞ୍ଜିବ କୁଦେଇ, ବେଣୁପାଣି ବାଘ ଓ ରାଧାକାନ୍ତ ବାଘ ଖେଳ ପରିଚାଳନା କରିଥିବା ସ୍ଥଳେ ପ୍ରକାଶ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ।

ମୋତିଲାଲ ଭୋଇ ସ୍କୋରର କାର୍ଯ୍ୟ ତୁଳାଇଥିଲେ ସଂଗେ ସଂଗେ ପ୍ରେମଲାଲ ସାହୁ, ସୁନିଲ ଭୋଇ, ପ୍ରଶାନ୍ତ ତରିଆ, ରାକେଶ ଧରୁଆ ସମେତ ଫୁଟବଲ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button