ବୁର୍ଲା ଭିସୁଟର ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ କରକମଳରୁ କଣ୍ଟାମାଳ ମାଟିର ଗର୍ବ , ଗୌରବ ଓ ମେଧାବୀ ଛାତ୍ରୀ ସୁନାନାଖି ଝିଅ କ୍ରିଷ୍ଣା ପାଇଲେ ସ୍ଵର୍ଣ୍ଣପଦକ, ଚାରିଆଡ଼ୁ ପ୍ରଶଂସାର ସୁଅ ।


କଣ୍ଟାମାଳ, ତା ୨୩/୧୧: (ପ୍ରଭାତ କୁମାର ସାହୁ) ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟର (ୟୂନିଭରସିଟି) ୧୫ତମ ସମlବର୍ତ୍ତନ ଉତ୍ସବ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା କଣ୍ଟାମାଳ ମାଟିର ମେଧାବୀ ଝିଅ କ୍ରିଷ୍ଣା ମହାପାତ୍ର ସ୍ନାତକୋତ୍ତରରେ ବିଶ୍ୱବିଦ୍ୟାଳୟ ଟପର ଭାବେ ସ୍ବର୍ଣ୍ଣପଦକରେ ବିଭୂଷିତ ହୋଇ ବୌଦ୍ଧ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ସେ କଣ୍ଟାମାଳ ହାଇସ୍କୁଲରେ ଚତୁର୍ଥ କମିଚାରୀ ଭାବେ କାର୍ଯ୍ୟରତ ତଥା ଶ୍ରୀରାମ ମନ୍ଦିରର ପୂଜକ ରଘୁନାଥ ମହାପାତ୍ର ଓ ମାତା ପଦ୍ମାବତୀ ଆଚାର୍ଯ୍ୟଙ୍କ ଏକ ମାତ୍ର ଅଲିଅଳି ଝିଅ l ପିଲାଦିନରୁ ପାଠ ପଢ଼ାରେ ସେ ମେଧାବୀ ଛାତ୍ରୀ ଭାବେ ବିଦ୍ୟାଳୟରେ ଶିକ୍ଷକମାନଙ୍କ ପ୍ରିୟଭାଜନ ହୋଇ

ଆସିଛନ୍ତି l ସେ ପ୍ରାରମ୍ଭରୁ କଣ୍ଟାମାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ୮୫ %ରେ ମାଟ୍ରିକ ପାସ କରି ଆଉ ପଛକୁ ଫେରି ନାହାନ୍ତି । ଉଚ୍ଚମନା କ୍ରିଷ୍ଟା ତାପରେ ସୋନପୁରର ସୁକାନ୍ତି ଏକାଡେମୀ ଆବାସିକ ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ଦୁଇ ଓ ପରେ ଫିଜିକ୍ସ ଅନର୍ସରେ ସେହି କଲେଜରୁ କଲେଜ ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ l ସୁକାନ୍ତି ଏକାଡେମୀରୁ ଡିଗ୍ରୀ ପାସ ପରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (ଭିସୁଟ )ରୁ ଫିଜିକ୍ସରେ ସ୍ନାତକରେ ଉଲ୍ଲେଖନୀୟ ସଫଳତା ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱlରା ସ୍ବର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି l ସ୍ନାତକରେ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣପଦକ ପାଇ ସେ ନିଜକୁ ଗୌରାବାନ୍ୱିତ ଓ ଖୁବ ଉତ୍ସାହିତ ମନେ କରିଛନ୍ତି, ତାଙ୍କର କଠିନ ପରିଶ୍ରମ ଓ ବାପା ମାଆଙ୍କର ପ୍ରେରଣା, ପ୍ରୋତ୍ସାହନ ସହ ସମସ୍ତ ଶିକ୍ଷକ, ଅଧ୍ୟାପକ, ପ୍ରଫେସର ଏବଂ ଗୁରୁଜନ ମାନଙ୍କ ଆଶୀର୍ବାଦ ସ୍ନେହ ସଦିଚ୍ଛାକୁ ଶ୍ରେୟ ଦେଇଛନ୍ତି l ଆଗକୁ ଓଡିଶା ପ୍ରଶାସନିକ ଅଧିକାରୀ ହେବା ତାଙ୍କର ଲକ୍ଷ ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l କ୍ରିଷ୍ଣା ରାଷ୍ଟ୍ରପତିଙ୍କଠାରୁ ସ୍ବର୍ଣ୍ଣପଦକରେ ବିଭୂଷିତ ହେବା ଖବର ପ୍ରକାଶିତ ହେବାପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟତ୍ରୀ, ଅଧ୍ୟାପକ, ଶିକ୍ଷାବିତ, ରାଜନେତା, ପ୍ରଶାସନ, ସାଙ୍ଗ ସାଥି ଏବଂ ଶୁଭେଛୁମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି lସମର୍ଥ ନିୟୁଜ, ଓଡିଶାର କଣ୍ଟାମାଳ ପ୍ରତିନିଧିଙ୍କ ତରଫରୁ ସୁନାନାଖି ଝିଅ କ୍ରିଷ୍ଣାଙ୍କ ଉତ୍ତୋରତ୍ତର କାମନା ପାଇଁ ମାଁ ସମଲେଇଙ୍କଠାରେ ପ୍ରାର୍ଥନା କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍




