State

ଆମର ପଛେ ଖାଇବା ବନ୍ଦ କରିଦିଅ କିନ୍ତୁ ଶିକ୍ଷକ ଯୋଗାଅ ! ଆମେ ଭଲରେ ପାଠ ପଢ଼ିବୁ !

ତିର୍ତ୍ତୋଲ :- ଶୂନଶାନ ପଡିଛି ବିଦ୍ୟାଳୟର ଅଗଣା ! ରୁଦ୍ଧ ହୋଇଯାଇଛି କ୍ଲାସରୁମ୍ ! ଆଗପରି ଗହଳି ଚହଳି କୁଆଡେ ଅପସରି ଯାଇଛି ! ଛାତ୍ରଛାତ୍ରୀ ମାନଙ୍କ ପାଠପଢା ବନ୍ଦ ! ସମସ୍ତ ପିଲାମାନେ ବସିଛନ୍ତି ଫାଟକ ପାଖରେ ! ଘଟଣାଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିନସ୍ଥ କନିମୁଳ ପଞ୍ଚାୟତ ର ମିର୍ଜାପୁର ଗ୍ରାମରେ ! ଏହି ଗ୍ରାମରେ ଅବସ୍ଥିତ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନେ ଥିବା ବେଳେ ଆଠଟି କ୍ଲାସ କୁ ଦୁଇଜଣ ଶିକ୍ଷକ ଓ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଲାଭ ରେ ବ୍ୟାଘାତ ଘଟୁଅଛି ! ବାରମ୍ବାର ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଗଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ପାରି ନାହିଁ !

ଯୋଉଁଥିପାଇଁ ବିଦ୍ୟାଳୟର ଅବିଭାବକ ମାନେ ଏହାର ସ୍ଥାୟୀ ସମାଧାନ ପାଇଁ ନେଇଥିବା ନିଷ୍ପତ୍ତି କ୍ରମେ ଆଜି ସ୍କୁଲରେ ତାଲା ପକେଇ ଫାଟକ ସାମନ୍ନାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅବିଭାବକ ସମୁଦାୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ ! କୌଣସି ଭାବେ ଖବର ପାଇଁ ତିର୍ତ୍ତୋଲ ବିଓ ଶ୍ରୀଯୁକ୍ତ ବେହେରା ସ୍କୁଲରେ ପହଞ୍ଚି ଅବିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ବୁଝାବଣା କରି ଏକ ନିଷ୍ପତ୍ତି ଶୁଣାଇ କହିଥିଲେ ଯେ ଡିସେମ୍ବର ସୁଦ୍ଧା ଉକ୍ତ ବିଦ୍ୟାଳୟ ନିମନ୍ତେ ନିଶ୍ଚୟ ଜଣେ ଶିକ୍ଷକ ନିଯୁକ୍ତି କରିବେ ! ଏହି ପ୍ରତିଶୃତି ଲିଖିତ ଭାବେ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା ! ଏହି ନିଷ୍ପତ୍ତିରେ ସମସ୍ତ ଅବିଭାବକ ଖୁସୀ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରବେଶ କରାଇଥିଲେ ! ଶ୍ରୀଯୁକ୍ତ ବେହେରା ଅଫିସରେ ଶିକ୍ଷକ ରାଜେନ୍ଦ୍ର ବେହେରା, ସୁବ୍ରତ ବିଶ୍ୱାଳ ଓ ପ୍ରଧାନଶିକ୍ଷୟିତ୍ରୀ ତପସ୍ୱିନୀ ରାଉତ ଙ୍କୁ ବିଦ୍ୟାଳୟ ଶିକ୍ଷାଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଫେରି ଯାଇଥିଲେ ! ଶ୍ରୀଯୁକ୍ତ ବେହେରାଙ୍କ ସହିତ ସି ଆର ସି ତାପସ କୁମାର ମହାନ୍ତି ବୁଝାମଣାରେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button