State

ଟନେଲ ଭିତରୁ ଆସିଲା ପ୍ରଥମ ଚିତ୍ର; ସୁସ୍ଥ ଅଛନ୍ତି ଶ୍ରମିକ, ଖାଇଲେ ରନ୍ଧା ଖାଦ୍ୟ

 

ସୁସ୍ଥ ଅଛନ୍ତି, ଚଳଚଞ୍ଚଳ ଅଛନ୍ତି, ଚଲାବୁଲା ବି କରୁଛନ୍ତି। ଦୀର୍ଘ ୧୦ ଦିନ ପରେ ଉତ୍ତରାଖଣ୍ଡ ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ଏପରି ଆଶ୍ୱସ୍ତକର ପ୍ରଥମ ଚିତ୍ର ସାମନାକୁ ଆସିଛି। ଏହା ଉଦ୍ଧାରକାରୀ ଦଳ, ଶ୍ରମିକମାନଙ୍କ ପରିବାର ସମେତ ଦେଶବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏଥିପାଇଁ ବରଦାନ ପାଲଟିଛି ଏଣ୍ଡୋସ୍କୋପି କ୍ୟାମେରା ।

ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ଦୀର୍ଘ ୧୦ ଦିନ ପରେ ଟନେଲ ଭିତରର ସମ୍ପୂର୍ଣ୍ଣ ଚିତ୍ର ପଦାକୁ ଆସିଛି। ଏଥିସହ ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ।

ଡ୍ରିଲ ସାହାଯ୍ୟରେ ଶ୍ରମିକମାନଙ୍କ ପାଖକୁ ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି କ୍ୟାମେରା ରହିଛି। ଫଳରେ ଟନେଲ୍ ଭିତରେ ଶ୍ରମିକମାନେ କେମିତି ଅଛନ୍ତି କଣ କରୁଛନ୍ତି ସବୁ ଗତିବିଧି ଉପରେ ନଜର ରଖିପାରିଛି ଉଦ୍ଧାରକାରୀ ଟିମ୍। କ୍ୟାମେରାରେ ଦେଖି, ୱାକିଟକିରେ ସମ୍ପର୍କ କରିବାକୁ ଫସିଥିବା ଶ୍ରମିକଙ୍କୁ କୁହାଯାଉଥିବା ଭିଡିଓରେ ନଜର ଆସିଛି। ଏହାଦ୍ୱାରା ସେମାନଙ୍କ ମନୋବଳ ବୃଦ୍ଧି ପାଇଛି ଓ ବାହାରକ ଆସିବାର ଆଶା ଉଜ୍ଜୀବୀତ ହୋଇଛି।

ସେପଟେ ପାଇପ ସାହାଯ୍ୟରେ ରନ୍ଧାଖାଦ୍ୟ, ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ସେମାନଙ୍କ ପାଖକୁ ପଠାଯାଉଛି। ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି।

ରନ୍ଧାଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟଛୋଟ ବୋତଲରେ ଭର୍ତ୍ତି କରିଦିଆଯାଉଛି। ପ୍ରତି ଶ୍ରମିକଙ୍କ ପାଇଁ ୭୫୦ ଗ୍ରାମର ଖାଦ୍ୟ ପଠାଯାଇଛି । ପୂର୍ବରୁ ଭିତରକୁ ଯାଇଥିବା ୪ ଇଞ୍ଚ ଓସାରର ପାଇପରେ କେବଳ ଶୁଖିଲା ଖାଦ୍ୟ ଓ ପାନୀୟ ପଠାଯାଉଥିଲା। ସେପଟେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।

 

ଶ୍ରମିକଙ୍କମାନଙ୍କ ଉଦ୍ଧାର କାର୍ଯ୍ୟକୁ ୧୦ ଦିନ ବିତିବାକୁ ବସିଥିବା ବେଳେ ଏବେ ପ୍ରସ୍ତତ କରାଯାଉଛି ନୂଆ ରଣନୀତି। ଟନେଲର ତିନି ପଟୁ ଡ୍ରିଲିଂ କରିବାକୁ ଯୋଜନା କରାଯାଇଛି। ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯିବ। ତା ସହିତ ଉପରୁ ମଧ୍ୟ ହୋଲ୍ ଯାଇ ଯେ କୌଣସି ମତେ ସେମାନଙ୍କ ଉଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ଟି ଟିମ୍ ରାତି ଦିନ କାମ କରୁଛନ୍ତି।

 

ବାୟୁସେନାର ବିମାନରେ ବଡ଼ ବଡ଼ ମେସିନ ଟନେଲ ପାଖକୁ ପହଞ୍ଚା ଯାଉଛି। ବଡ଼ ଓସାରିଆ ପାଇପ ଅଣାଯାଇଛି। ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଡିଆରଡିଓର ରୋବୋଟିକ ଟିମ୍ ଓ ଏକ ଇଣ୍ଟରନ୍ୟାସନାଲ ଟନେଲ ଏକ୍ସପର୍ଟ ଟିମ୍ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷଣ ନଜର ରଖିଛନ୍ତି। ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଥରକୁ ଥର କଥା ହୋଇ ଘଟଣା ସମ୍ପର୍କରେ ଅବଗତ ହେଉଛନ୍ତି। ଏଥିସହ ଶ୍ରମିକଙ୍କ ଉଦ୍ଧାର ପାଇଁ ସମସ୍ତ ସାହାଯ୍ୟ

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button