State

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ, ଜବ୍‌ କାର୍ଡଧାରୀଙ୍କ ଠାରୁ ନେଉଥିଲେ୧୫ ହଜାର ଲାଞ୍ଚ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ଜିଆରଏସ ଏମ୍‌. ପାଣିଗ୍ରାହୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ ଧରାପଡ଼ିଛନ୍ତି। ଜଣେ ଜବ୍ କାର୍ଡଧାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ମନେରଗା ଯୋଜନାରେ ଚାଲିଥିବା କାର୍ୟ୍ୟର ମଷ୍ଟର ରୋଲ୍‌ ପ୍ରସ୍ତୁତି ଏବଂ ପେମେଣ୍ଟ ସୁନିଶ୍ଚିତ କରିବା ପାଇଁ ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍ଗେରେଟ୍‌ ପାଣିଗ୍ରାହୀ ୧୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ। ଏହାପରେ ଅଭିଯୋଗକାରୀ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଶ୍ରୀ ପାଣିଗ୍ରାହୀ ଟଙ୍କା ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button