Business

ବିଦ୍ୟାଧରପୁରରେ ଛତିଶ ତ୍ରିନାଥ ମେଳା ଅନୁଷ୍ଠିତ।

ବଡ଼ଚଣା, ୨୨।୧୧,(ନି; ପ୍ର)ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ ଅଧିନ ବିଦ୍ୟାଧରପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗା ଦେବୀ ଦାଣ୍ଡରେ ଗ୍ରାମର ବାର୍ଷିକ ଛତିଶ ତ୍ରିନାଥ ମେଳା ଅନୁଷ୍ଠିତ ହୋଇଯାଇଛି। ୩୬ଜଣ ପାଠକ ଏକା ସାଙ୍ଗରେ ଶ୍ରୀ ଶ୍ରୀ ତ୍ରିନାଥ ଗୋସାଇଁଙ୍କ ମେଳା ପୁରାଣ ପାଠ କରିଥିଲେ। କର୍ଭା ଭାବେ କୁନ ପାଲ ଆହୁତି ପ୍ରଦାନ କରିଥିଲେ। ପୂଜକ ତାପସ ପାଢ଼ୀ ଯୋଗ ଦେଇ ଥିଲେ। ମେଳା ମଣ୍ଡପ ଚାରିପଟେ ୧୩୬ଗୋଟି ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ବିଦ୍ୟାଧର ପୁର ଗ୍ରାମ ରେ ତ୍ରିନାଥ ଗୋସାଇଁ ଙ୍କ ମେଳା ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ କରାଯା ଇ ଆସୁଥିବା ଜଣାପଡିଛି। ମେଳାରେ ସମସ୍ତେ ଏକାଠି ହେବା ସହିତ ଆନନ୍ଦରେ ପ୍ରସାଦ ପାଇଥାନ୍ତି । ଆଗ କାଳରେ ଗାଁ ଗାଁ ରେ ଏହି ତ୍ରିନାଥ ମେଳାର ବହୁଳ ପ୍ରଚାର ତହିଁ ଥିବା ବେଳେ, ବର୍ତ୍ତମାନ ତ୍ରିନାଥ ଗୋସାଇଁ ଙ୍କ ଏଭଳି ୩୬ ମେଳା ବିରଳ ଦେଖାଯାଇ ଥାଏ। ଗ୍ରାମ ର ମଙ୍ଗଳ ଓ ଶାନ୍ତି କାମନା ଲାଗି ଗ୍ରାମ ବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ହରିବୋଲ ହୁଳହୁଳି ରେ ଭକ୍ତି ମୟ ଆଧ୍ୟାତ୍ମିକ ପରିବେଶ କରିଥିଲା।

Related Articles

Back to top button