LIVE TV

ତୁଳସୀ ସହ ଶଙ୍ଖଚୁଡ ଭେଟ 

 

ତୁଳସୀ ପୁଷ୍କର ବଣରେ ବସିଥିବା ବେଳେ ଦେଖିଲେ ଶଙ୍ଖଚୁଡ ତାଙ୍କ ଆଡକୁ ଚାଲି ଆସୁଛନ୍ତି । ଶଙ୍ଖଚୁଡ କାମଦେବ ଙ୍କ ସମ ସୁନ୍ଦର ଚମ୍ପାଫୁଲ ପରି ଶ୍ବେତ ବର୍ଣ୍ଣ ଓ ରତ୍ନ ରେ ସୁସଜ୍ଜିତ ଥିଲା ତାଙ୍କ ଅଙ୍ଗ । ଗଳାରେ ପାରିଜାତ ର ପୁଷ୍ପ ମାଳ ଧାରଣ କରିଥିଲେ। ଶରୀର ରୁ କସ୍ତୁରୀ ର ମହକ ନିର୍ଗତ ହୋଇ ଚତୁର୍ଦିଗ କୁ ସୁଗନ୍ଧିତ କରୁଥାଏ । ଶଙ୍ଖଚୁଡ ତୁଳସୀ ଙ୍କ ସମୀପ କୁ ଆସିବା କ୍ଷଣି ତୁଳସୀ ନିଜ ଓଢଣୀ ରେ ମୁଖକୁ ଢାଙ୍କିଦେଇ ବକ୍ରଦୃଷ୍ଟି ରେ ଦେଖିଲେ । ଶଙ୍ଖଚୁଡ ତୁଳସୀ ଙ୍କୁ ଦେଖି ତାଙ୍କ ସୌନ୍ଦର୍ଯ୍ୟ ରେ ମୁଗ୍ଧ ହୋଇ ସ୍ତମ୍ଭିତ ହୋଇ ନିହାରି ବାକୁ ଲାଗିଲେ ।ତୁଳସୀ ଙ୍କ ରୂପ ମାଧୁରୀ ର ବର୍ଣ୍ଣନା କରିବା ଅସମ୍ଭବ । ସ୍ବୟଂ ସୁନ୍ଦରତା ନିଜେ ତୁଳସୀ ରୂପରେ ଅବତରିତ ହେବା ପରି ପ୍ରତିତ ହେଉଥାନ୍ତି । ଶଙ୍ଖଚୁଡ ତୁଳସୀ ଙ୍କୁ ଦେଖି କହିଲେ — ହେ ସୁନ୍ଦରୀ ! ତୁମେ କାହାର ପୁତ୍ରୀ ।ଏହି ଜଙ୍ଗଲରେ କାହିଁକି ରହିଛ । ତୁମେ ଅତ୍ୟନ୍ତ ସୌଭାଗ୍ଯ ଶାଳୀ ପ୍ରତୀତ ହେଉଛ । ତୁମେ ସ୍ବର୍ଗର ହର୍ଷ ଉଲ୍ଲାସ ର ମୂର୍ତ୍ତିମାନ ରୂପ ।ସ୍ତ୍ରୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତୁମେ ଆକର୍ଷଣ ରେ ସୁନ୍ଦରତାର ଆଦର୍ଶ ପ୍ରତିତ ହେଉଛ ଏବଂ ତୁମ ରୂପ ର କାନ୍ତି ଦର୍ଶନ କରି ସାଧୁ ସନ୍ଥମାନେ ମଧ୍ୟ ବିସ୍ମିତ ହୋଇଯିବେ ।

ଶଙ୍ଖ ଚୁଡ ଙ୍କ କଥା ଶୁଣି ତୁଳସୀ କିଛି ନ କହିବା ଦେଖି ।ଶଙ୍ଖଚୁଡ କହିଲେ — ହେ ଉଦାରଚିତ୍ତ ସୁନ୍ଦରୀ ତୁମେ କିଛି କହୁନ କାହିଁକି ? ମୁଁ ତୁମର ଦାସ । ତୁମର କୋକିଳ ସ୍ବର ରେ ମୋର ଅଭିବାଦନ କର ।

ନିଜ ମସ୍ତକ ତଳକୁ କରି ଓଠରେ ସ୍ମିତ ହସ ନେଇ ତୁଳସୀ କହିଲେ — ମୁଁ ରାଜା ଧର୍ମଧ୍ବଜ ଙ୍କ ପୁତ୍ରୀ ।ଏଠାକୁ ତପସ୍ୟା କରିବା ପାଇଁ ଆସିଛି କିନ୍ତୁ ଆପଣ କିଏ ? ମୋ ସହିତ କାହିଁକି କଥା ହେଉଛନ୍ତି । ଜଣେ ଶ୍ରେଷ୍ଠ ପୁରୁଷ ଗୋଟିଏ ସ୍ତ୍ରୀ କୁ ଏକୁଟିଆ ଦେଖି ତାହା ସହିତ କଥା ହୁଏ ନାହିଁ । ତେଣୁ ଏଠାରୁ ଚାଲି ଯାଆନ୍ତୁ ଆପଣ ।

ତୁଳସୀ ଙ୍କ କଥା ଶୁଣି ଶଙ୍ଖଚୁଡ ପାଦେ ବି ଘୁଞ୍ଚିଲେ ନାହିଁ ।

ଶଙ୍ଖଚୁଡ ଙ୍କ ସ୍ଥିର ରହିବା ଦେଖି ତୁଳସୀ ଶଙ୍ଖଚୁଡ ଙ୍କ ବୁଦ୍ଧି ଓ ବିବେକ ର ପରିକ୍ଷା ନେବାକୁ ଯାଇ କହିଲେ — ଶାସ୍ତ୍ର ରେ କୁହାଯାଇଛି ଯେ ନିଜ ଚରିତ୍ର ରୁ ତଳକୁ ଖସି ଥିବା ପୁରୁଷ ହିଁ ସ୍ତ୍ରୀ ର କାମନା କରେ ।ପ୍ରଥମେ ସ୍ତ୍ରୀ ବହୁତ ଭଲ ଲାଗିବ ପରେ ଘାତକ ଶିଦ୍ଧ ହେବ । ଯଦ୍ୟପି ତା ମୁଖରୁ ଅମୃତ ବରଷୁ ଥିବ ତଥାପି ତା ହୃଦୟରେ ବିଷ ଭରି ରହିଥାଏ । ସ୍ତ୍ରୀ ର ମୁଖ ବହୁତ ପ୍ରସନ୍ନ ଦେଖାଯାଉଥାଏ କିନ୍ତୁ ତାହାର ହୃଦୟ ବହୁତ ମୈଳା ଥାଏ । ବେଦ ଓ ପୁରାଣ ମଧ୍ୟ ସ୍ତ୍ରୀ ର ଚରିତ୍ର କୁ ଜାଣି ପାରି ନାହାଁନ୍ତି । ଜଣେ ବୁଦ୍ଧିମାନ ପୁରୁଷ , ପତୀତା ସ୍ତ୍ରୀ ଉପରେ ବିଶ୍ବାସ କରେ ନାହିଁ କାରଣ ସେହି ପରି ସ୍ତ୍ରୀ ନୂଆଁ ନୂଆଁ ପ୍ରେମି ପାଇବାର କାମନା କରେ । ପୁରୁଷ ର ମନକୁ ଆକର୍ଷିତ କରି ପୁରୁଷ ର ଧର୍ମ ମାର୍ଗରେ ବାଧ୍ୟା ଉତ୍ପନ୍ନ କରେ । ଜଣେ ଗୁଣବାନ ପୁରୁଷ କୁ କେବେ ବି ସ୍ତ୍ରୀ ର କାମନା କରିବା କଥା ନୁହେଁ । ତାହା ଠାରୁ ସମସ୍ତ ପ୍ରକାର ର ଦୂରତା ରକ୍ଷ୍ୟା କରିବା ଉଚିତ୍ ।

ତୁଳସୀ ଙ୍କ କଥା ଶୁଣି ଶଙ୍ଖଚୁଡ ମନ୍ଦ ମନ୍ଦ ହସି କହିଲେ — ହେ ଦେବୀ ! ଯାହା ଆପଣ କହିଲେ ପୂର୍ଣ୍ଣ ଭାବେ ମିଥ୍ୟା ନାହିଁ କିନ୍ତୁ ଏହା ଅଧା ସତ୍ୟ ଅଟେ । ସୃଷ୍ଟି କର୍ତ୍ତା ପବିତ୍ର ଓ ଅପବିତ୍ର ସ୍ତ୍ରୀ ଦୁଇଟି ଜାତି ତିଆରି କଲେ । ପବିତ୍ର ସ୍ତ୍ରୀ ଙ୍କ ଉଦାହରଣ ସ୍ବରୂପ — ମାତା ଲକ୍ଷ୍ମୀ, ସରସ୍ବତୀ, ଦୁର୍ଗା , ସାବିତ୍ରୀ ଓ ଶ୍ରୀ ରାଧିକା । ଏହି ଦେବୀ ମାନଙ୍କ ଅଂଶ ଅବତାର ସ୍ତ୍ରୀ ଗୁଡିକ ସୁନ୍ଦର ମହାନ ଗୁଣ ରେ ପୂର୍ଣ୍ଣ ଓ ଯଶ ପ୍ରଦାନ କରନ୍ତି । ଯେମିତି ଶତରୂପା ଦେବହୂତି , ସ୍ବଧା , ଦକ୍ଷିଣା , ଅନୁସୁୟା , ଗଙ୍ଗା , ଦିତି , ଆଦିତି , ବେଦବତୀ ଇତ୍ୟାଦି । ପ୍ରତେକ ଯୁଗରେ ଏହି ପରି ସ୍ତ୍ରୀ ଗୁଡିକ ଶ୍ରେଷ୍ଠ ଓ ଅତି ଉତ୍ତମ ।ସ୍ବର୍ଗ ର ଅପସରା ବି ଏହି ପରି ସ୍ତ୍ରୀ ର ସମକକ୍ଷ ହୋଇ ପାରିବେ ନାହିଁ । ଯେଉଁ ସ୍ତ୍ରୀ ପାଖରେ ରଜ ଗୁଣ ଓ ତମ ଗୁଣ ଥାଏ ସେହି ସ୍ତ୍ରୀ ଅପବିତ୍ର ହୋଇଥାନ୍ତି । ଜଣେ ଗୁଣବାନ ବ୍ୟକ୍ତି କୌଣସି ପର ସ୍ତ୍ରୀ ପାଖରେ ଏକାନ୍ତରେ ପ୍ରେମ ସ୍ବିକାର କରେ ନାହିଁ । ପରନ୍ତୁ ମୁଁ ବ୍ରହ୍ମା ଙ୍କ ଆଦେଶ ପାଇ ତୁମ ପାଖକୁ ଆସିଛି ।ତୁମ ସହିତ ଗନ୍ଧର୍ବ ବିବାହ କରିବା ପାଇଁ । ମୁଁ ଶଙ୍ଖଚୁଡ ମତେ ଦେବତା ମାନେ ଭୟ କରନ୍ତି । ମୁଁ ପୂର୍ବଜନ୍ମରେ ସୁଦାମା ନାମରେ କୃଷ୍ଣ ଙ୍କ ସଖା ହୋଇ ଗୋଲକରେ ରହୁଥିଲି ଦିନେ ମତେ ରାଧା ଅଭିଶାପ ଦେଲେ ରାକ୍ଷସ ଯୋନିରେ ଜନ୍ମ ନେବା ପାଇଁ । ସେତେବେଳେ ମୁଁ ତୁମକୁ ବହୁତ ପ୍ରେମ କରୁଥିଲି ରାଧା ରାଣୀ ଙ୍କ ଭୟ ରେ ମନର କଥା ତୁମ ଆଗରେ ପ୍ରକଟ କରି ପାରିନ ଥିଲି । ଏହି କଥା ମଧ୍ୟ ମୁଁ ଜାଣିଛି ଯେ ତୁମେ ବି ରାଧା ଙ୍କ ଅଭିଶାପ ପାଇ ଜନ୍ମ ହୋଇଛ । ଭଗବାନ୍ କୃଷ୍ଣ ଙ୍କ କୃପା ରୁ ଆମେ ଦୁହେଁ ପୂର୍ବ ଜନ୍ମ ର କଥା ସ୍ମରଣ ରଖିଛୁ । ପୂର୍ବ ଜନ୍ମର ଇଛା ପୂରଣ ପାଇଁ ମୁଁ କଠୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବରଦାନ ପ୍ରାପ୍ତ କଲି । 

ସେହି ବରଦାନ କୁ ପୁରା କରିବା ଦାଇତ୍ୟ ଏବେ ତୁମ ହାତରେ ରହିଲା ।

 

 

Related Articles

Back to top button