ରାସନ କାର୍ଡ ପାଇଁ ତିର୍ତ୍ତୋଲ ଏମଆଇ ମାଗୁଛନ୍ତି ହଜାରେ ଟଙ୍କା, ଜାଣନ୍ତୁ କାହାକୁ ?


ତିର୍ତ୍ତୋଲ –: କହୁକହୁ କହିଦେଲେ ହୃଦୟ ବିଦାରକ କଥା ! ବାସ୍ତବରେ କଣ ଦୁଃଖୀ ମଣିଷ କଷ୍ଟରେ ଜୀବନ ଧାରଣ କରି ବଞ୍ଚେ ? ଆମେ ଶୁଣାଉଛୁ ଜୀବନ ସଂଗ୍ରାମରେ ହାରିଯାଇଥିବା ଏକ ସ୍ୱାମୀ ହରାଇଥିବା ମହିଳାଙ୍କ ଦୁଃଖଭରା ହୃଦୟର ବ୍ୟଥା !”ଦୁଇବର୍ଷ ତଳୁ ସ୍ୱାମୀ ଚାଲିଗଲେ ଆରପାରିକି ! ମୋ ବେକରେ ଛନ୍ଦି ଦେଇଗଲେ ତିନୋଟି ଝିଅ ଆଉ ଗୋଟିଏ ପୁଅକୁ ! ଶ୍ୱଶୁର ଶରତ ଦାସ ଙ୍କ ଆଙ୍ଗୁଠି କଟି ଯିବାରୁ ଠିକ ରେ ରୋଜଗାର କରିପାରିଲେ ନାହିଁ ! କେମିତି ଆଉ ଚାରି ଛୁଆଙ୍କ ସହିତ ଶ୍ୱଶୁର ଙ୍କୁ ପ୍ରତିପୋଷଣ କରିବି ?

ଖାଇବା ଅବହେଳା ହେବାରୁ ଦୁଇଟି ଝିଅଙ୍କୁ ଜଗତସିଂହପୁର ଶିଶୁ ଆଶ୍ରମରେ ଛାଡି ଦେଇ ଆସିଛି ! ଆଉ ଗୋଟିଏ ଛୁଆକୁ ଛାଡ଼ିବି ବୋଲି ଯୋଗାଯୋଗ କରି ସାରିଛି ! ୟା ଭିତରେ ନେଇ ଛାଡି ଆସିବି ! କଣ କରିବି କୁହନ୍ତୁ ? ମୁଁ ସିନା ଓଳିଏ ଖାଇ ଓଳିଏ ଉପବାସ ରହିଯିବି ହେଲେ ନିଷ୍ପାପ ଛୁଆ ମାନଙ୍କ ବିକଳ ସହିପାରିଲିନି! ପଞ୍ଚାୟତ ଠାରୁ ବ୍ଲକ, ଜିଲ୍ଲାପାଳ, ସମସ୍ତଙ୍କୁ ନେହୁରା ହେଲି ! ରାସନ କାର୍ଡ ଟିଏ କରିଦେଲେ ହୁଏତ କିଛିଟା ଅଭାବ ଦୂର ହେଇ ପାରନ୍ତା ! ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଚାଲିଲେ କିନ୍ତୁ ଦୁଇ ବର୍ଷ ଭିତରେ ମୋ ଦୁଃଖ କାହାରିକୁ ପ୍ରଭାବିତ କରି ପାରିଲାନି ! ଶେଷକୁ ତିର୍ତ୍ତୋଲ ବ୍ଲକ ଏମ. ଆଇ. ମୋତେ ରାସନ କାର୍ଡ କରାଇ ଦେବାକୁ ହଜାରେ ଟଙ୍କା ଲାଞ୍ଚ ମାଗିଲେ ! ଅଭାବୀ ସଂସାରକୁ ହଜାରେ ଟଙ୍କା ପର୍ବତ ପରି ଲାଗିଲା !କୋଉଠୁ ଆଣିଥାନ୍ତି ଯେ ତାଙ୍କୁ ଦେଇଥାନ୍ତି ! ବାଧ୍ୟ୍ୟହେଇ ଛୁଆ ଦୁଇଟିଙ୍କୁ ଖୋରାକି ଯୋଗେଇ ନପାରି ଶିଶୁ ଆଶ୍ରମରେ ଛାଡି ଦେଇ ଆସିଲି !” କୋହ ଭରା ହୃଦୟରେ କହିଛନ୍ତି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ପଟିଲୋ ପଞ୍ଚାୟତ ର କୋତିଆଁ ଗ୍ରାମ ତିନି ନମ୍ବର ୱାର୍ଡ ନିବାସିନୀ ଝୁନିଆ ଦାସ ! ଯୋଉ ଅଞ୍ଚଳରେ ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି ଆଉ ଅଶ୍ୱିନୀ କୁମାର ଦାସଙ୍କ ଭଳି ଜିଲ୍ଲାପରିଷଦ ବହୁମତରେ ନିର୍ବାଚିତ ହୋଇ ଜନପ୍ରତିନିଧି ସାଜିଛନ୍ତି ! ନିଜ ଅଞ୍ଚଳର ଦୁଃଖ ଦେଖି ନପାରିବା ପରିତାପର ବିଷୟ ! ସରକାରଙ୍କର ବହୁମୁଖୀ ଯୋଜନା ଥାଇ ଯେବେ ସାଧାରଣ ଜନତା ଏଭଳି ଅଭାବନୀୟ ଘଟଣାର ଶୀକାର ହୁଅନ୍ତି ! ତେବେ ଧିକ ସେଇ ଯୋଜନାକୁ ଯାହା ପ୍ରହସନରେ ପରିଣତ ହୋଇଛି ! ଝୁନିଆ ଦାସ ଜଣେ ତଫସିଲ ଭୁକ୍ତ ଜାତିର ହୋଇଥିବାରୁ ତାଙ୍କ ପ୍ରତି ଏପରି ଆକ୍ରୋଶ ମୂଳକ ନୀତି ଆପଣେଇ ଛନ୍ତି କି ? ତେବେ କାହାର ପ୍ରରୋଚନାରେ ତିର୍ତ୍ତୋଲ ଏମ. ଆଇ. ରାସନକାର୍ଡ କରାଇବାକୁ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି ? ଯେବେ ଅଭିଯୁକ୍ତା ଙ୍କ କଥା ଭୁଲ ତେବେ ଦୁଇବର୍ଷ ହେବ ତାଙ୍କର ରାସନକାର୍ଡ ହେଇପାରିନି କାହିଁକି ??? ତାଙ୍କ ଶ୍ୱଶୁର ଶରତ ଚନ୍ଦ୍ର ଦାସଙ୍କ ନାମରେ ବି ରାସନକାର୍ଡ ନାହିଁ ! ତଥାପି ଆମ ପ୍ରତିନିଧିଙ୍କ ସାମନ୍ନାରେ ସରକାରଙ୍କୁ ରାସନକାର୍ଡ କରାଇ ଦେବାକୁ ଯୋଡ ହସ୍ତରେ ନିବେଦନ କରିଛନ୍ତି ! ଦେଖିବାକୁ ବାକି ରହିଲା ନ୍ୟୁଜର ପ୍ରଭାବ ପ୍ରଶାସନିକ ଅଫିସର ମହଲରେ ସମାଧାନ ର ବାଟ ଖୋଲୁଛି ନା ସରକାରୀ ଅବହେଳା ରୁ ବିଧବା ଝୁନିଆ ଦାସ ପାରିବାରିକ ଯୁଦ୍ଧରେ ବଳି ପଡୁଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




