State

ଘଣ୍ଟାପଡ଼ା ହାଇସ୍କୁଲ ଓ ଏମଇ ସ୍କୁଲରେ ଅଭିଭାବକ, ଶିକ୍ଷକ ଓ ପରିଚାଳନା ସଦସ୍ୟଙ୍କ ମିଳିତ ବୈଠକ

 

କଣ୍ଟାମାଳ , ୨୨/୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟ ଓ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସରେ ଅଭିଭାବକ, ଶିକ୍ଷକ ଓ ପରିଚାଳନା ସଦସ୍ୟଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇ ସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟୀ ସଦସ୍ୟ ସୂର୍ଯ୍ୟନାରାୟଣ ସାହୁ, ପ୍ରଭାତ କୁମାର ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୀତା କହଁର, ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ପାତ୍ର,

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀପତି ମଲିକ,ୱାର୍ଡ଼ ମେମ୍ବର ବିଶ୍ଵାମିତ୍ର ମାଝୀ, ଅଭିଭାବକ ସୂର୍ଯ୍ୟଦେହୁରୀ ସଞ୍ଚାସିନ ରହି ଆଲୋଚନାରେ ଭାଗ ନେଇଥିଲେ। ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଶାନ୍ତାନୁ ସେଠୀ, ସୁବାସ ସାହୁ, ମନ୍ଦାକିନୀ ବଗର୍ତ୍ତୀ, ରଶ୍ମିତା ସାହୁ ସମେତ ଅଭିଭାବକ ଯୁଗେଶ୍ଵର ରଣା, ଋଷଭ ମାଝୀ,ଆରତ ବାଇ, ଦୁର୍ମନ ବିଭାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁରୂପ ଭାବେ ପ୍ରଧାନଶିକ୍ଷକ ମହେନ୍ଦ୍ର ଲୁହାଙ୍କ ଅଧକ୍ଷତାରେ ପରିଚାଳନା କମିଟୀ ସଭାପତି ଅଭିମନ୍ୟୁ ମଲିକ, ସହକାରୀ ଶିକ୍ଷକ ସୁଶାନ୍ତ କହଁର, ମୁକୁନ୍ଦଦେବ ସାହୁ, ସ୍ଵର୍ଣ୍ଣପ୍ରଭା ସାହୁ, ସସ୍ମିତା ଜାନି , ଅଭିଭାବକ ପ୍ରଭାତ ସାହୁ, ମାଧବ ସାହୁ ,ଶେଷଦେବ ଥନାପତି ପ୍ରମୁଖ ଉପସ୍ଥିତ ରହି ବୈଠକରେ ଗୁଣାତ୍ମକ ଶିକ୍ଷା ଉପରେ ଆଲୋଚନା କରିଥିଲେ।ଉଭୟ ବୈଠକରେ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ଆଲୋଚନା କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button