State
ବହିରା ହାଇସ୍କୁଲରେ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ବୈଠକ।

ବୌଦ୍ଧ-୨୨-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବ୍ଲକ ବହିରା ପଞ୍ଚାୟତ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଅଜିତଲାଲ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଶିକ୍ଷକ ଅଭିଭାବକ ଓ ପରିଚାଳନା କମିଟର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ପରିଚାଳନା କମିଟି ସଭାପତି ଅଖଣ୍ଡ ମହାକୁଳ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ଦେଶବନ୍ଧୁ ମହାକୁଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ଶିକ୍ଷୟତ୍ରୀ ଧରିତ୍ରୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଷୟରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମିଶ୍ର, ସସ୍ମିତା ଜେନା ଏବଂ ଉପସ୍ଥିତ ଅଭିଭାବକ ମାନେ ଆଲୋଚନା କରିଥିଲେ। ବିଦ୍ୟାଳୟ କର୍ମଚାରୀ ଯୋଗେଶ ବାରିକ, ପ୍ରମୋଦ ପୁଜାହାରୀ, ଦିଲୀପ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




