ଫାସେଡ଼ରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଦ୍ଵିତୀୟ ଦିବସରେ ବରପଦରକୁ ହରାଇ ବଲାଙ୍ଗିର ସେମିରେ


କଣ୍ଟାମାଳ, ୨୨/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ଫାସେଡ଼ ଗ୍ରାମର ଖେଳ ପଡ଼ିଆରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବେ ରାଜ୍ୟବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ସମ୍ମାନୀତ ଅତିଥିଭାବେ ବୌଦ୍ଧ ଜିଲ୍ଲା ବିଜେପି ଉପସଭାପତି ଚିତ୍ତ ରଂଜନ ପାତ୍ର, ବିଜେପି ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା, ଘଣ୍ଟାପଡ଼ା ଆଦିବାସୀ ମଣ୍ଡଳ ସଭାପତି ଗୋପୀନାଥ କହଁର, କଣ୍ଟାମାଳ ଆଦିବାସୀ ମହାସଂଘର ସଭାପତି ଡମ୍ବରୁଧର କହଁର ପ୍ରମୁଖ ଉପସ୍ଥିତ ରହି ଦ୍ୱିତୀୟ ଦିବସର ମ୍ୟାଚରେ ଖେଳାଳୀଙ୍କ ସହିତ କରମର୍ଦ୍ଦନ କରି ଉତ୍ସାହିତ

କରିଥିଲେ। ୫ ଦିନ ଧରି ଚାଲିବାକୁ ଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚରେ ସ୍ଥାନୀୟ ଦଳ ଫାସେଡ଼କୁ ଟ୍ରାଇବ୍ରେକରରେ ୩-୧ଗୋଲରେ ହରାଇ ବଲାଙ୍ଗିରର ବରପଦର ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନିତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ଅର୍ଜ୍ଜନପୁର ଦଳକୁ ୪-୩ଗୋଲ ଟ୍ରାଇବ୍ରେକରରେ ହରାଇ ବଲାଙ୍ଗିରର ଏନଏସ ସ୍ପୋର୍ଟିଙ୍ଗ ଦଳ ବିଜୟୀ ହୋଇ ପରଵର୍ତ୍ତୀ କ୍କାଟର ଫାଇନାଲରେ ବରପଦରକୁ ଟ୍ରାଇବ୍ରେକରରେ ୪-୨ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟଦଳ ଭାବେ ସେମିଫାଇନାଲକୁ ଉନ୍ନିତ ହୋଇଛି। ଉକ୍ତ ମ୍ୟାଚ ଗୁଡ଼ିକୁ ସଞ୍ଜିବ କୁଦେଇ, ବେଣୁପାଣି ବାଘ ଓ ରାଧାକାନ୍ତ ବାଘ ଖେଳ ପରିଚାଳନା କରିଥିବା ସ୍ଥଳେ ପ୍ରକାଶ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ମୋତିଲାଲ ଭୋଇ ସ୍କୋରର କାର୍ଯ୍ୟ ତୁଳାଇଥିଲେ ଓ ଫୁଟବଲ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




