State

ବାଉଁଶୁଣି ଥାନା ସବଇନିସ୍ପେକ୍ଟର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ।

ବୌଦ୍ଧ-୨୨-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ  ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ଫୋନପେ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାର ଜଣେ ସବ୍ଇନ୍ସପେକ୍ଟର ମଙ୍ଗଳବାର ସନ୍ଧ୍ୟାରେ ଭିଜିଲାନ୍ସ୍ ହାତରେ ଧରା ପଡିଛନ୍ତି l ମିଳିଥିବା ସୁଚନା ଅନୁଯାୟୀ କୌଣସି ଏକ ମାମଲାରେ ଜବତ୍ ହୋଇଥିବା ଗୋଟିଏ ଟିଭିଏସ ଆପାଚି ବାଇକକୁ ରିଲିଜ କରିବା  ପାଇଁ ବୌଦ୍ଧ ଥାନା ବବଡା ଗ୍ରାମର କରୁଣାକର ନାଏକଙ୍କ ଠାରୁ ୧୫ ହଜାର ଟଙ୍କାର ଲାଞ୍ଚ ଫୋନପେ ମାଧ୍ୟମରେ ନେଉଥିବା ବେଳେ ପୁର୍ବରୁ ଛପି ରହିଥିବା ବୌଦ୍ଧ ଓ କନ୍ଧମାଳର ଭିଜିଲାନ୍ସ ଅଧିକାରୀ ମାନେ ବାଉଁଶୁଣୀ ଥାନା ସବ୍ଇନ୍ସପେକ୍ଟର ବିକ୍ରମ କୁମାର ଦେହୁରୀଙ୍କୁ କାବୁ କରିଥିଲେ। ଏଥି ସହିତ ସବଇନ୍ସପେକ୍ଟରଙ୍କ ମୋବାଇଲକୁ ମଧ୍ୟ ଜବତ୍ କରିବା ସହିତ ଏସଂକ୍ରାନ୍ତରେ ଅଧିକ ପଚରାଉଚରା ପାଇଁ ତାଙ୍କୁ ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିଲେ। ଏହି ଏକା ସମୟରେ ତାଙ୍କର ପୁରୁଣାକଟକସ୍ଥିତ ବାସଗୃହରେ ମଧ୍ୟ ଭିଜିଲାନ୍ସ୍ ତଲାସି କରାଯାଇଥିବା ନେଇ ସୂଚନା ମିଳିଛି। ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ଡ଼ିଏସପି ସୁରେଶ କୁମାର କହଁର, କନ୍ଧମାଳ ଡ଼ିଏସପି ହେମନ୍ତ କୁମାର ମହାନ୍ତି, ଏଏସଆଇ ମନୋଜ ନାଏକ, କନେଷ୍ଟବଳ ଲୋକନାଥ ସାହୁ, ହରପ୍ରସାଦ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button