ପାଗଳ ପ୍ରେମିକ ର ଉନକ୍ତ କାଣ୍ଡ ପ୍ରେମିକା କୁ ଛୁରୀ ରେ ଆକ୍ରମଣ


ଉମରକୋଟ -୨୦.୧୧.୨୩ ଉମରକୋଟ ସହରରେ UV 52 ରେ ହେଉଥିବା କାଳୀ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଥିବା କଳାକାର ଲିପ୍ସା ନାୟକ ଙ୍କୁ ତାଙ୍କ ପ୍ରେମିକ ରହିତ ସିଂ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ କିନ୍ତୁ ଛୁରୀ ଜଙ୍ଘ ରେ ବାଜିବାରୁ ଲିପ୍ସା ଗୁରୁତର ଆହତ ହେବାରୁ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କୁ ସଙ୍ଗେ ସଙ୍ଗେ ନିଆଯାଇଛି ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଉମରକୋଟ ପୋଲିସ୍ ମାମଲାର ତଦନ୍ତ କରୁଛନ୍ତି ପ୍ରେମିକ ରହିତ ଆକ୍ରମଣ ପରେ ଫେରାର ହୋଇଯାଇଛନ୍ତି। ପ୍ରାପ୍ତ ସୁଚନା ଅନୁଯାୟୀ ଲିପ୍ସା ନାୟକ ଖୋର୍ଦ୍ଧା ଜିଲ୍ଳାର ଝିଅ, ଜୟ ମା କାଳୀ ଡାନ୍ସ ଗୃପରେ କଳାକାର ଭାବେ କାମ କରନ୍ତି, ଏକ

କାର୍ଯ୍ୟକ୍ରମ ରେ ଯାଇଥିବା ବେଳେ ବିହାର ରାଜ୍ୟ ର ରହିତ ଙ୍କ ଦେଖା ହୋଇଥିଲା ଚାରି ମାସ ତଳେ ସେହିଠାରୁ ଦୁଇ ଜଣ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା, ଏହି ବିଷୟରେ ଲିପ୍ସା ଙ୍କ ପାରିବାର ଲୋକେ ଜାଣିବା ପରେ ଲିପ୍ସା ଙ୍କୁ ଆକଟ କରିଥିଲେ ପରେ କୌଣସି କାରଣ ଯୋଗୁଁ ଲିପ୍ସା ଆଉ ରହିତ ଙ୍କୁ ଦେଖା ସାକ୍ଷାତ କରୁ ନଥିଲେ, ଏହା ପରେ ଆଜି ସନ୍ଧ୍ୟା ସମୟରେ UV 52 କାଳୀ ପୁଜା ରେ ଡାନ୍ସ ପ୍ରୋଗ୍ରାମ ପାଇଁ ଉମରକୋଟ ଗାର୍ଲ୍ସ ହାଇସ୍କୁଲ ରାସ୍ତା ଥିବା ଅସ୍ଥାୟୀ କ୍ୟାମ୍ପ ରେ ପ୍ରସ୍ତୁତ ହେଉଥିବା ବେଳେ

ରହିତ ହଠାତ୍ ଆସି ଏକ ଧାରୁଆ ଛୁରୀ ରେ ଲିପ୍ସା ଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ, ଲିପ୍ସା ଙ୍କୁ ତୁରନ୍ତ ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି। ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




