କେନ୍ଦ୍ରାପଡା ବ୍ଲକ କୁ ଜନ ଆକ୍ରୋଶ ବିଜେପି ପକ୍ଷରୁ ଘେରାଉ


ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଏବଂ ପି ସି କାରବାର ସହିତ ଚଞ୍ଚକତା ବିରୁଦ୍ଧରେ ଜନ ଆକ୍ରୋଶ ଶିକାର ହୋଇଥିବା ଲୋକଙ୍କୁ ନେଇ ବ୍ଲକ ଘେରାଉ କରିଛି କେନ୍ଦ୍ରାପଡା ବ୍ଳକ ବିଜେପି।ସ୍ଥାନୀୟ ବୁଢ଼ୀବିଳାଶୁଣୀ ମନ୍ଦିର ସାନ୍ତସାହି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାପଡ଼ା ବ୍ଲକ ସମ୍ମୁଖରେ “ଜନ ଆକ୍ରୋଶ ବ୍ଲକ ଘେରାଉ” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶହ ଶହ କର୍ମୀ।ଜିଲ୍ଲା ଉପସଭାପତି ଉପିନ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବୈଦ୍ୟନାଥ ଚାଟ୍ଟାର୍ଜୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା,କଳ୍ପନା ମଲ୍ଲିକ,ଜିଲ୍ଲା

ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ,ମଣ୍ଡଳ ସଭାପତି ଉମାକାନ୍ତ ନାୟକ,ଶଶାଙ୍କ ଶେଖର ଓଝା, ଦୟାନିଧି ବଳ ଓ ମଦନ ମୋହନ ବେହେରା ପ୍ରମୁଖ ଉଦବୋଧନ ଦେଇ ୨୩ ବର୍ଷ ବିଜେଡି ସରକାରରେ ଅଫିସର -ଠିକାଦାର -ବ୍ୟବସାୟୀ ମଧୁଚନ୍ଦ୍ରିକା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରୋଇ ପାଇଖାନା, ପାନୀୟ ଜଳ, କିଷାନ ସମ୍ମାନ ନିଧି,କାଳିଆ ଯୋଜନା,ଭତ୍ତା ଆଦିରେ ବ୍ୟାପକ ଭାବେ ଅନିୟମିତତା, ପ୍ରିୟାପ୍ରିତି ତୋଷଣ, ପକ୍ଷପାତିତା ଓ ବ୍ୟାପକ ଦୁର୍ନୀତି କରାଯାଉଛି।ପ୍ରତି ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର

ପାଲଟିଥିବା ବେଳେ ସେପଟେ ମୋ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଗଣତନ୍ତ୍ର କୁ ହତ୍ୟା କରାଯାଇ ବିନା ପଲ୍ଲିସଭା ସହିତ ଗ୍ରାମସଭାରେ ପ୍ରତି ଗ୍ରାମପଂଚାୟତରେ ସରକାରୀ ଅର୍ଥକୁ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳୀୟକର୍ମୀ ମାନଙ୍କ ପକେଟକୁ ସିଧାସଳଖ ପଠେଇବାର ବ୍ୟବସ୍ଥା କରାଯାଇଥିବା ଅଭିଯୋଗ କରିଛି ବିଜେପି।ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ।ଅନେକ ହତ୍ୟା, ଧର୍ଷଣ, ଅପହରଣ ରେ ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ କର୍ମୀ ସିଧାସଳଖ ଜଡ଼ିତ।ଏହି ସରକାର ଓଡ଼ିଶାର ମହିଳା, ଶିଶୁ, କୃଷକ, ଯୁବକ,ଗରିବଙ୍କ ସହ ବିଶ୍ୱାସ ଘାତ କରିଛି ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରମୋଦ ମହାନ୍ତି, ନିହାର ରଞ୍ଜନ ମହାନ୍ତି,ସନ୍ଦୀପନି ଆର୍ଯ୍ୟକୁମାର, ରାଜେନ୍ଦ୍ର ପାତ୍ରୀ,ନାରାୟଣ ପ୍ରସାଦ ସିଂ,ଭବାନୀ ପ୍ରସାଦ ସ୍ୱାଇଁ, ରଶ୍ମିରଂଜନ ରାଉତ,ଦେବପ୍ରସାଦ ଭଳ,ବଳରାମ ବେହେରା,ଦିଲ୍ଲୀପ ଦାସ,ସଞ୍ଜୟ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
*କେନ୍ଦ୍ରାପଡା ରୁ ସ୍ବତନ୍ତ୍ର ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




