State

ରାସ୍ତାର ପ୍ରସସ୍ଥି ଓ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ ।

 ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ପକ୍ଷରୁ ଯାଜପୁର ଜିଲ୍ଲା ବଡ଼ଚଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ କୋଲସାହି ଭାୟା ବାଘୁଆ, ଚାଉଳଥଳି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ବିଧାୟକଙ୍କ କର କମଳରେ ଶିଳାନ୍ୟାସ ଗତ ୧୮ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ ପାଇଁ ୧୦ କୋଟି ୬୧ ଲକ୍ଷ ବ୍ୟୟ ଅଟକଳରେ ୭ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆକଳନ ହୋଇଥିଲେ ମଧ୍ୟ

୯.୯୯ % ହ୍ରାସରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ଥିର ହୋଇଥିବାରୁ ଏଥିପାଇଁ ୭ କୋଟି ୫୯ ଲକ୍ଷ ୬୨ ହଜାର ୫୧୮ ଟଙ୍କା ବ୍ୟୟବରାଦରେ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ୬.୧୧.୨୩ ମସିହାରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାର୍ଯ୍ୟ ଆରମ୍ଭ ହେବାପରେ ୫.୮.୨୦୨୪ ମସିହାରେ ଶେଷହେବ ବୋଲି ପୂର୍ତ୍ତବିଭାଗ ପକ୍ଷରୁ ଆପାତତଃ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ଆତ୍ମାର ଅଧ୍ୟକ୍ଷ ନିରଞ୍ଜନ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାକ୍ତନ କୃଷି ରାଷ୍ଟ୍ରମନ୍ତ୍ରୀ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପ‌ଥୀ ଯୋଗଦେଇ ଶୁଭ ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ମା ବୁଢ଼ୀ ଜାଗୁଳାଇ ତୋରଣ, ଦର୍ପଣ ପଞ୍ଚାୟତ ଅନ୍ତର୍ଗତ ମହାଲକ୍ଷ୍ମୀ ଗୋଷ୍ଠିକେନ୍ଦ୍ର ଓ ଅନ୍ୟ ଦୁଇଟି ପ୍ରକଳ୍ପ ପାଇଁ ମଧ୍ୟ ବିଧାୟକ ଶିଳାନ୍ୟାସ କରିଥିଲେ।ଚଳିତ ମାସ ୧୦ ତାରିଖ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟର ଆଭାସୀକରି ଆରେ ଶୁଭାରମ୍ଭ କଲାପରେ ଅନୁମୋଦନ ଲାଭ କରିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇ ଡିସେମ୍ବର ମାସ ଶେଷସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ସ୍ଥିର ହୋଇଥିବା ବିଧାୟକ କହିଥିଲେ। ଆହୁରି ମଧ୍ୟ ଆମ ଓଡ଼ିଶା ନବୀନ ଓଡିଶା ରାଜ୍ୟ ସରକାରଙ୍କ ଏକଅଭିନବ ପ୍ରୟାସ ଓ ଏହା ଦ୍ବାରା ରାଜ୍ୟର ଦୃଢ ପ୍ରଗତି ସମ୍ଭବ ହେବା ସହିତ ସମାଜର ପଛ ଧାଡିରେ ବସିଥିବା ଗରିବ, ଅସହାୟ, ନିଃସହାୟ ଲୋକ ମାନଙ୍କ ଉନ୍ନତି ହୋଇ ପାରିବ ବୋଲି ବିଧାୟକ କହିବାକୁ ଭୁଲି ନ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗ ଦେଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ପୂର୍ବ ବିଭାଗ ସହକାରୀ ଯନ୍ତ୍ରୀ ତପନ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ଚକ୍ରଧର ସାହୁ, ଜିଲ୍ଲା ପରିଷଦଉପାଧ୍ଯକ୍ଷ ଗଣେଶ୍ଵର ବରାଳ, ବଡଚଣା ପଞ୍ଚାୟତ ସମିତି ଅଧ୍ଯକ୍ଷା ମିନତୀ ସେନାପତି, ଉପାଧ୍ଯକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯତୀନ୍ଦ୍ର ପ୍ରସାଦ ନାୟକ, ସରପଞ୍ଚ ରଞ୍ଜନ କୁମାର ଦାସ, ଯଯାତି କେଶରୀ ରାଉତ, ସାଗରୀକା ବିହାରୀ, ରାଜଲକ୍ଷ୍ମୀ ମହାନ୍ତି, ସମିତି ସଭ୍ୟ ମଧୁସୂଦନ ବଳ, ଯୁବନେତା ମିହିର ସ୍ଵାଇଁ, ପ୍ରଦୀପ୍ତ ବଳ, ସଞ୍ଜୟ କୁମାର ସ୍ଵାଇଁ, ବିନୋଦିନୀ ସାହୁ ପ୍ରମୁଖ ଏହି ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ।

ବଡଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button