ଫାସେଡ଼ରେ ଜୟ ଜଗନ୍ନାଥ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ବଲାଙ୍ଗିରକୁ ହରାଇ ମହିପୁର ସେମିଫାଇନାଲରେ


କଣ୍ଟାମାଳ, ୨୧/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ଫାସେଡ଼ ଗ୍ରାମର ଖେଳ ପଡ଼ିଆରେ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ୧୬ଟି ଦଳକୁ ନେଇ ୫ ଦିନ ଧରି ଚାଲିବାକୁ ଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଉଦଘାଟନୀ ମ୍ୟାଚରେ କଣ୍ଟାମାଳକୁ ହରାଇ ମହିପୁର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନିତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ କଳାହାଣ୍ଡିର ରାଜାପଡ଼ାଦଳକୁ ହରାଇ ବଲାଙ୍ଗିରର ମର୍ଣ୍ଣିଙ୍ଗ ଦଳ ବିଜୟୀ ହୋଇ ପରଵର୍ତ୍ତୀ କ୍କାଟର ଫାଇନାଲରେ ମହିପୁରଠାରୁ ଟ୍ରାଇବ୍ରେକର ରେ ୪-୫ ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଫଳରେ ମହିପୁର ପ୍ରଥମ

ଦଳ ଭାବେ ସେମିଫାଇନାଲକୁ ଉନ୍ନିତ ହୋଇଛି। ଉକ୍ତ ମ୍ୟାଚ ଗୁଡ଼ିକୁ ସଞ୍ଜିବ କୁଦେଇ, ବେଣୁପାଣି ବାଘ ଓ ରାଧାକାନ୍ତ ବାଘ ଖେଳ ପରିଚାଳନା କରିଥିବା ସ୍ଥଳେ ପ୍ରକାଶ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଓକିଲ ମନୋଜ ଶର୍ମା , ପୂର୍ବତନ ନାଏବ ସରପଞ୍ଚ ଲିଙ୍ଗରାଜ ଧରୁଆ ସଞ୍ଚାସିନ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। 6ଖଳରେ ଫୁଟବଲ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




