କଣ୍ଟାମାଳରେ ଜିଲ୍ଲାସ୍ତରୀୟ ଆଦିବାସୀ ସମାବେଶ,ଯୋଗ ଦେଲେ ହଜାର ହଜାର ଆଦିବାସୀ


କଣ୍ଟାମାଳ,ତା ୨୧/୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆଦିବାସୀ କନ୍ଧ ସମାଜ ଆନୁକୂଲ୍ୟରେ ଆଜି କଣ୍ଟାମାଳ ଆଦିବାସୀ ପୀଠ ପରିସରେ ସଂଘ ସଭାପତି ଡ଼ମ୍ଭରୁଧର କହଁରଙ୍କ ଆହ୍ୱାନକ୍ରମେ ଏକ ଜିଲ୍ଲା ସ୍ତରୀୟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ କନ୍ଧ ସମାଜର ଇଷ୍ଟଦେବୀ ଆଦିଶକ୍ତି ଆଦିମାତାଙ୍କୁ ଆଦିବାସୀ ପରମ୍ପରା ରୀତିନୀତିର ସହିତ ପୂଜାର୍ଚ୍ଚନା କରାଯାଇଥିଲା l ପରେ ସଭାପତି ଡ଼ମ୍ଭରୁଧର କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଶ୍ଚିମଓଡିଶା ଆଦିବାସୀ ସଂଘ ସଭାପତି ଶ୍ୟାମ ସୁନ୍ଦର ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଦିବାସୀଙ୍କ ଏକତା ଦ୍ୱାରl ହିଁ ଆଦିବାସୀ ସମାଜର ବିକାଶ ସମ୍ଭବ ବୋଲି କହିଥିଲେ l ସମ୍ମାନୀତ ଅତିଥିଭାବେ ପଶ୍ଚିମ ଓଡିଶା ଆଦିବାସୀ ସଂଘ ଉପସଭାପତି ସୁରେଶ ଭୋଇ, କଳାହାଣ୍ଡି ଜିଲ୍ଲା ସଭାପତି ପ୍ରକାଶ ମାଝୀ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ, ତରଭା ବ୍ଲକ ସଭାପତି ବଳଭଦ୍ର କହଁର, ହରଭଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି କନିଷ୍ଠ ମଲିକ, ସମ୍ପାଦକ ସୁଶୀଲ ଦେହୁରୀ, କଣ୍ଟାମାଳ ବ୍ଲକ ଆଦିବାସୀ ସଙ୍ଘ ଉପସଭାପତି ପିତାମ୍ବର ଭୋଇ, ବିଘ୍ନେଶ୍ୱର କହଁର, ପ୍ରଦୀପ ମାଝୀ, ଜଗନ୍ନାଥ ମାଝୀ, ପରମାନନ୍ଦ ମାଝୀ, ଡିଜି ପଧାନୀ, ମୟ ପଧାନୀ, ଗରଦାର କହଁର, କମ୍ପଚନ ଭୋଇ, ମଧୁ ଦେହେରିଆ, ବିକ୍ରମ ସିଂହ ପ୍ରମୁଖ ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ବିକାଶ ସହ ସାମାଜିକ କୂଳାଚାର, ରୀତିକାନ୍ତୀ, ଅର୍ଥନୈତିକ ଅଭିବୃଦ୍ଧି ସହିତ ସରକାରୀ ଯୋଜନାରେ ନିଜର ହକ ପାଇଁ ଲଢେଇ ଆଦି ବିଷୟରେ ବକ୍ତବ୍ୟ ରଖିଥିଲେ l ପରେ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ସମାଜର ଶତାଧିକ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର, ଢୋଲ, ମାଦଲର ତାଳେ ତାଳେ ନୃତ୍ୟ ଗୀତ ସହ ବିରାଟ ପଟୁଆରରେ ଆଦିବାସୀ ପୀଠରୁ ବାହାରି ନିଜର ହକ ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ ନିଜର ଶକ୍ତି ପ୍ରଦର୍ଶନ ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର କଣ୍ଟାମାଳ ବିଡିଓ ସାମି ଜୟଶ୍ରୀ ରେଡ୍ଡୀଙ୍କୁ ପ୍ରଦାନ କରିଥିଲେ l ପ୍ରଥମଥର ପାଇଁ ଆଦିବାସୀଙ୍କ ଏହି ବିରାଟ ସମାବେଶ ସହ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର, ଢୋଲ, ନିଶାନ, ମାଦଲ ଧ୍ୱନି ସହ ଆଦିବାସୀ ନୃତ୍ୟ ଗୀତରେ ରାଜରାସ୍ତା ମୁଖରିତ ହୋଇଥିଲା ,ଯାହାକି ଜନସାଧାରଣଙ୍କୁ ମଧ୍ୟ ଆକୃଷ୍ଟ କରିଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




