ଭାରତ ସରକାରଙ୍କ capacity ବିଲ୍ଡିଂ କମିଶନ ତରଫରୁ ଏକ ଜିଲ୍ଲା ସ୍ତରୀୟ ମିଶନ କର୍ମଯୋଗୀ କର୍ମଶାଳା ଅନୁଷ୍ଠିତ

ଆଜି ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ସଭା ଗୃହ ରେ ଭାରତ ସରକାରଙ୍କ capacity ବିଲ୍ଡିଂ କମିଶନ ତରଫରୁ ଏକ ଜିଲ୍ଲା ସ୍ତରୀୟ ମିଶନ କର୍ମଯୋଗୀ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ

ଜିଲ୍ଲା ଶିଳ୍ପ କେନ୍ଦ୍ର ର ମୂଖ୍ୟ ପ୍ରବନ୍ଧକ, ମୃତ୍ୟୁଞ୍ଜୟ ନାୟକ,dio, ଢେଙ୍କାନାଳ,DEGM,ଢେଙ୍କାନାଳ, ,PMO ସ୍କିମ୍ ର ଓଡ଼ିଶା ମୁଖ୍ୟ ଜିତେନ୍ଦ୍ର ରାଉତ, ପ୍ରମୁଖ ଙ୍କୁ ଫୁଲ ଗୁଚ୍ଛ ଏବଂ

ଉତରି ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଜନ ସେବା କେନ୍ଦ୍ର VLE ମାନେ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯକ୍ରମକୁ ଢେଙ୍କାନାଳ ଜିଲ୍ଲା ପ୍ରବନ୍ଧକ ପ୍ରଭଞ୍ଜନ ସାହୁ ଆୟୋଜନ କରିଥିଲେ ଏବଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି କର୍ମଶାଳା ଆୟୋଜନ କରିଥିଲେ। ମୁଖ୍ୟ ଅତିଥି ଭାରତ ସରକାରଙ୍କ ଏବଂ ଓଡ଼ିଶା ସରକାର ଙ୍କ ବ୍ୟାଙ୍କ୍ ରୁ ଋଣ କେମିତି ପାଇପାରିବେ ଏବଂ ନିଜେ ସ୍ବାବଲମ୍ବୀ ହେଇପାରିବ ସେହି ବିଷୟରେ VLE ମାନଙ୍କୁ ସୂଚନା ଦେଇଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ଡିଜିଟାଲ ବିଷୟରେ

ସୂଚନା ପ୍ରଦାନ କରିଥିଲେ। ଜନ ସେବା ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ଆସିଥିବା ଜିତେନ୍ଦ୍ର ରାଉତ VLE ମାନଙ୍କୁ ମିଶନ କର୍ମଯୋଗୀ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଭାରତ ସରକାର ଏବଂ ଓଡ଼ିଶା ସରକାର ଙ୍କ ଡିଜିଟାଲ ଯୋଜନା ସବୁ ପ୍ରତ୍ୟେକ ଜନ ସାଧାରଣ ମାନଙ୍କ ପାଖରେ ପହଁଚି ପାରିବ , ସମସ୍ତ ସୁବିଧା ନିକଟସ୍ତ ଜନ ସେବା କେନ୍ଦ୍ର ରେ ପାଇ ପାରିବେ ସେ ବିଷୟରେ ଜିତେନ୍ଦ୍ର ସାହୁ VLE ମାନଙ୍କୁ ପ୍ରଶିକ୍ଷଣ

ଦେଇଥିଲେ। ଭାରତ ସରକାର ଙ୍କ ମିଶନ କର୍ମଯୋଗୀ ଯୋଜନା ରେ ସମସ୍ତ VLE ମାନେ ଉପକୃତ ହେବେ ଏବଂ ଜନ ସାଧାରଣ, ବୃଦ୍ଧା ମାନେ ବିକଳାଙ୍ଗ ମାନେ ଜନ ସେବା କେନ୍ଦ୍ର ରୁ ସବୁ ସୁବିଧା ପାଇପାରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏବଂ ସମସ୍ତ VLE ମାନେ ମିଶନ କର୍ମଯୋଗୀ ଆପ ମାଧ୍ୟମ ରେ ସମସ୍ତ ସୂଚନା ପାଇପାରିବେ ବୋଲି ଜିଲ୍ଲା ପ୍ରବନ୍ଧକ ପ୍ରଭଞ୍ଜନ ସାହୁ ସୂଚନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ସକାଳ ନଅରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚ ଟା ରେ ସମାପ୍ତ ହେଲା ପରେ ଅତିରିକ୍ତ ଜିଲ୍ଲା ପ୍ରବନ୍ଧକ ସତ୍ୟ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




