ପଲଶାଗୋରା ଜୁନିଅର କଲେଜରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିର ଦ୍ଵିତୀୟ ଦିବସ


କଣ୍ଟାମାଳ, ୨୦/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିର କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଚାଲିଥିବା ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଦେବେନ୍ଦ୍ର ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଯୋଗଦେଇ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଡ଼ଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ପରେ ଯୋଗ ପ୍ରଶିକ୍ଷକ ତଥା କ୍ରୀଡା ଅଧ୍ୟାପକ ନାରାୟଣ ପ୍ରଧାନ ଓ କ୍ରୀଡା ଶିକ୍ଷକ ଭୁବନ ନାୟକ ବିଭିନ୍ନ ଯୋଗ ଉପରେ ତାଲିମ ଦେଇଥିଲେ | ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଫାଷ୍ଟଏଡ଼ ଉପରେ ତାଲିମ ପ୍ରଦାନ କରିଥିଲେ |ଉମାକାନ୍ତ ନାଗ ରକ୍ତଦାନ ତାର ଉପକାରିତା ଉପରେ ତାଲିମ ପ୍ରଦାନ କରିଥିଲେ |ଜିଲ୍ଲା ରେଡକ୍ରସ ସଂଯୋଜକ ସୁରେଶ୍ୱର ଯୋଶୀ ଏଡ଼ସ ରୋଗର କାରଣ, ନିରାକରଣ ବିଷୟରେ କହିଥିଲେ |ଯୁବ ରେଡକ୍ରସ ଜିଲ୍ଲା ସଂଯୋଜନା ସମ୍ପାଦକ ଅଧ୍ୟାପକ ଡ଼ ପ୍ରବୀର କୁମାର ଦାସ ବିପଯ୍ୟୟ ପରିଚାଳନା ସମ୍ୱନ୍ଧୀୟ ତାଲିମ ଦେଇଥିଲେ |ଶିବିରରେ ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜର ରେଡକ୍ରସ ସଂଯୋଜକ ଓ ତିନି ଜଣ ଲେଖାଏଁ ରେଡକ୍ରସ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦେଇଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ପଲଶାଗୋରା କଲେଜ ତର୍କ ଓ ଦର୍ଶନ ଶାସ୍ତ୍ର ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ, ଅଧ୍ୟାପିକା ପ୍ରଜ୍ଞା ପରମିତା ମିଶ୍ର, ଅନାମିକା ମହାରଣା, ଗ୍ରନ୍ଥାଗାରିକ କୈଳାଶ ଚନ୍ଦ୍ର ବାରିକ, କିରାଣୀ ରମାକାନ୍ତ ସାହୁ, ଅମ୍ବିକା ପ୍ରଧାନ ସହ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |ସୁଶୀଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




