State

ଐତିହାସିକ ଛତିଆ ଅମରା ବତୀ ମଠ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଛତିଆ,୨୦।୧୧,(ଆ; ପ୍ର) ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ସ୍ଥିତ ଐତିହାସିକ ଅମରା ବତୀ ମଠ ପରିସରରେ ଅମରା ବତୀ ମହୋତ୍ସବ ଲାଗି ପରିଚାଳନା କମିଟି ଗଠନ ତୃତୀୟ ପର୍ଯ୍ୟାୟରେ ସ୍ଥିର କରାଯାଇଛି। ମଠ ପରିଚାଳନା କମିଟିର ସ୍ଥାୟୀ ସଭାପତି ବିପିନ୍ ବିଶ୍ବାଳ ଙ୍କ ଅବାହକତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ଅଂଚଳର ବରିଷ୍ଠ ସମାଜ ସେବୀ ସଭାପତି ସନ୍ତୋଷ ମହାନ୍ତି ଙ୍କ ସଭାପତିତ୍ବ ରେ ଛତିଆ, ସୋଲର , ଚମ୍ପା ପୁର ଓ ନେଳିଆ ଅଞ୍ଚଳର ୩୫ ରୁ ଉର୍ଦ୍ଧ୍ୱ ଉଦ୍ୟମି ଯୁବକ ତଥା ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇ ଥିଲେ। ଉକ୍ତ ବୈଠକ ରେ ପ୍ରତାପ ସାହୁ ଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ସ୍ଥିର କରାଯାଇ ଥିବା ବେଳେ ଅନ୍ୟାନ୍ୟ ପଦପଦବୀ ଲାଗି ଆସନ୍ତା ବୁଧବାର ଦିନ ମଠ ପ୍ରାଙ୍ଗଣରେ ବୈଠକ କରାଯିବାକୁ ସର୍ବ ସହମତି କ୍ରମେ ସ୍ଥିର କରାଯାଇ ଥିଲା। ଆଜିର ବୈଠକ ରେ ସ୍ଥାନୀୟ ଅଂଚଳର ସମାଜ ସେବୀ ସଂଗଠନ ଉଦୟ ମାନ ସ୍ଵେତ୍ସାସେବି ଅନୁଷ୍ଠାନ, ଛତିଆ ସମାଜ ସେବୀ ସଂଘ,ସମ୍ଭବ ଚାରୀ ଟେବୁଲ୍ ଟ୍ରଷ୍ଟ, ମାନବ ସେବା ମାଧବ ସେବା ସଂଗଠନ,ଭାରତୀ ଫାଉଣ୍ଡେସନ, ନୁ୍ୟୁ ଲାଇଫ ସୋସିଆଲ ୱାର୍କ,ମହାବାହୁ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ହୋଇ ମହୋତ୍ସବ ର ସୁପରିଚାଳନା ଲାଗି ମତାମତ ଦେଇଥିଲେ। ଅନ୍ତିମରେ ସମାଜ ସେବୀ ଅମରେଶ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button