ଓଡିଶା ପଣ୍ଡରା ସମାଜର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ।


ବୌଦ୍ଧ-୨୦-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ପଣ୍ଡରା ସମାଜ ଆନୁକୂଲ୍ୟରେ ସଦର ବ୍ଲକ ଯମଟାଙ୍ଗି ଉପକେନ୍ଦ୍ର ସହଯୋଗରେ ଗୁଦଗୁଦା ହାଟପଦା ଠାରେ ଓଡିଶା ପଣ୍ଡରା ସମାଜର ତୃତୀୟ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ରସରାଜ ସା,ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପସଭାପତି ଉପେନ୍ଦ୍ର ଭୋଇ, ସୁରେନ୍ଦ୍ର ଖମାରି, ସମ୍ପାଦକ ବୁଦ୍ଧଦେବ ବିଶି, ସହସମ୍ପାଦକ ଗୋବର୍ଦ୍ଧନ ସାହୁ, ମହିଳା ଶାଖା ସମ୍ପାଦିକା ସ୍ୱାଗତିକା ଦିଶିରି, କୋଷାଧ୍ୟକ୍ଷ ପଞ୍ଚାନନ ଦଳପତି, ସାଂଗଠନିକ

ସମ୍ପାଦକ ବିରେନ୍ଦ୍ର ଦେହୁରୀ, ଉପଦେଷ୍ଟା ପରମାନନ୍ଦ ସାହା, ଦୟା ସାଗର ସାହା, ବୌଦ୍ଧ ଜିଲ୍ଲା ସଭାପତି ଜୟକୁମାର ଦେହୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୌଦ୍ଧ ଜିଲ୍ଲା ଶାଖାର ଉପଦେଷ୍ଟା ଅଚ୍ୟୁତାନନ୍ଦ କରଡ଼ିଆ, ସୁରେଶ ଦିଶିରି ଉପସ୍ଥିତ ଥିଲେ। ବିରେନ୍ଦ୍ର ଦେହୁରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ। ଜୟକୁମାର ଦେହୁରୀ ବିବରଣୀ ପାଠ କରିଥିଲେ। ହେମନ୍ତ ଦିଶିରୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅତିଥି ମାନଙ୍କୁ ସ୍ମାରକ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ରାଜ୍ୟର ୮ଟି ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗ ଦେଇ ପଣ୍ଡରା ସମାଜର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶିକ୍ଷା ଓ କୃଷିର ବିକାଶ ସହିତ ସଂସ୍କୃତି ସୁରକ୍ଷା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଯମଟାଙ୍ଗି କେନ୍ଦ୍ର ସଭାପତି ମାର୍କଣ୍ଡ ମହଲା, ସମ୍ପାଦକ ଘାରିରାମ ଖମାରି, ଧନଞ୍ଜୟ ଖମାରି, କିଶୋର ସାହୁ, ପବିତ୍ର ସାହୁ, ଯୋଗୀନ୍ଦ୍ର ଖମାରି, ଦୁର୍ଯ୍ୟୋଧନ ମହଲା, ଆହାଲ୍ଲାଦ ଖମାରି, ହର ଭୋଇଙ୍କ ସହିତ କେନ୍ଦ୍ରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ।




