ଯୁବ ଶକ୍ତି ଭବିଷ୍ୟତର ବାର୍ତ୍ତାବହ


ଆଜି ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସେବା କାର୍ଯ୍ୟକ୍ରମର ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଅଛି। ସଡକ ସୁରକ୍ଷା ସଚେତନତାକୁ ଆଧର କରି ଆଜି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବଳରାମ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବକ୍ତା ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦର୍ପଣ ତହସିଲଦାର ଶ୍ରୀଯୁକ୍ତ ମାନସ କୁମାର ତ୍ରିପାଠୀ ତାଙ୍କର ବକ୍ତବ୍ୟରେ ଦେଶ ଗଠନରେ ଯୁବ ଶକ୍ତିର ପ୍ରମୁଖ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଛତିଆ ଡ୍ରାଇଭିଙ୍ଗ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶୟଦ୍ ସିଦ୍ଦକି ହୁସେନ୍ ସଡକ ସୁରକ୍ଷାର ଯଥାର୍ଥତା ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ବରିଷ୍ଠ ପ୍ରଶିକ୍ଷକ ଶ୍ରୀଯୁକ୍ତ ଫକୀର ଚରଣ ସାମଲ ସଡକ ସୁରକ୍ଷା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ପ୍ରଶାସନିକ ଅଧିକାରୀ ପ୍ରଫେସର ମନୋଜ କୁମାର ମିଶ୍ର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଯୁକ୍ତ ତିନିର ନୋଡାଲ ଅଫସର ଡକ୍ଟର ନିରଞ୍ଜନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମାଜିକ ସେବା କାର୍ଯ୍ୟକ୍ରମ ବିଭାଗର ଦାୟିତ୍ବରେ ଥିବା ଅଧ୍ୟାପିକା ଶ୍ରୀମତୀ କବିତା ସାହୁ, ମିସ୍ ସରୋଜିନୀ ସ୍ୱାଇଁ, ଶ୍ରୀମତୀ ସ୍ଵର୍ଣ୍ଣମୁଦ୍ରା ମିଶ୍ର, ଶ୍ରୀମତୀ ମୋନାଲିସା ମହାନ୍ତି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା,ଶତାଧିକ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିଶେଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଫିସର ପ୍ରଫେସର ଚକ୍ରଧର ନାୟକ ତାଙ୍କର ଚିରାଚରିତ ଓ ଚମତ୍କାର ଶୈଳୀରେ ଧନ୍ୟବାଦ ଅର୍ପଣ କରିଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




