ପୁଣି ବଡ଼ଚଣା ଚିନାବାଦାମ ବିହନ ହରିଲୁଟ ଅଭିଯୋଗ,


– ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀ ର ବଡବାଲିକୁଦା ପଂଚାୟତରେ କୃଷି ବିଭାଗ ତରଫରୁ ଗତ ଏକ ସପ୍ତାହ ତଳେ ଚାଷୀ ମାନଙ୍କ ପାଇଁ ଚିନାବାଦାମ ବିହନ ଆସିଥିଲା. ବଣ୍ଟନ ଦାୟିତ୍ୱରେ ପଞ୍ଚାୟତର VAW ବିହନ କୁ ଆଣି ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ରଖିଥିଲେ. ସରକାର ଙ୍କର ସମ୍ପୂର୍ଣ ନୀତି ନିୟମକୁ ଉଲ୍ଲଘଂନ କରି ବିହନ ବଣ୍ଟା ଯାଇଥିବା ରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି. କିଛି ମୃଷ୍ଟି ମେୟ ଲୋକ ଙ୍କୁ ହାତ ବାରିଷ କରି ପ୍ରତ୍ୟକ ଚାଷୀଙ୍କ ଠାରୁ ନିଜର ହାତ ଖର୍ଚ୍ଚ ପାଇଁ ଏକ ଶହ ଟଙ୍କା ଲେଖା ଆଦାୟ କରିଥିବାର କେତେକ ଚାଷୀ ଅଭିଯୋଗ କରିଛନ୍ତି. ଖବର ନେବାରୁ ଜଣାଯାଇଛି ଯେ ବଡବାଲିକୁଦା ପଞ୍ଚାୟତକୁ ମୋଟ 300 ବସ୍ତା ଚିନାବାଦାମ ବିହନ ଆସିଥିଲା. ସମ୍ପୃକ୍ତ VAW 25 ବସ୍ତା ବିହନ ନିକଟସ୍ଥ ମଝିପଡ଼ା ପଂଚାୟତ କୁ ନେଇଥିବାରୁ ଜଣାପଡିଛି. ପଂଚାୟତର 8 ନଂ ୱାର୍ଡରେ ଥିବା ଚାଷୀ ମାନଙ୍କୁ ସମ୍ପୂର୍ଣ ଅଣଦେଖା କରାଯାଇଛି. ଉକ୍ତ ୱାର୍ଡ ପାଇଁ 50 ବସ୍ତା ବିହନ ରଖାଯାଇଥିଲା.ଏହି ୱାର୍ଡ ର ଚାଷୀ ମାନେ
ଗତ 17 ତାରିଖ ଦିନ ଦିନ 2 ଟା ସମୟରେ ପଂଚାୟତ ଅଫିସ ପାଖକୁ ଯାଇଥିଲେ. ସଂପୂକ୍ତ ଅଧିକାରୀ ପଂଚାୟତରେ ନ ରହି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ରହି ଚାଷୀ ମାନଙ୍କୁ କହିଥିଲେ ତୁମେ ଅପେକ୍ଷା କର ମୁ ଖାଇବାକୁ ଆସିଛି ଗଲେ ତୁମକୁ ବିହନ ଦେବୀ. ମଝିରେ ଅପରାହ୍ନ 5 ଟାରେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆସି ମଧ୍ୟ ମୋର ଫୋନ ଆସିଲାଣି କହି ଫୁଣି ସେଠାରୁ ପଳାଇଥିଲେ. ପରବତୀ ସମୟରେ ବାରମ୍ବାର ବାରମ୍ବାର ତାଙ୍କ ସହିତ ଯୋଗାଯୋଗ କରିବାରୁ କହିଲେ ତମେ ବ୍ୟସ୍ତ ହୁଅ ନାହିଁ ମୁ ଯାଇ ବିହନ ଦେବୀ. ରାତି 9 ଟା ପର୍ଯ୍ୟନ୍ତ ପଂଚାୟତ ଅଫିସ ପାଖକୁ ଆସିଲେ ନାହିଁ କି ବିହନ ଦେଲେ ନାହିଁ.
ଶୁଣିବାକୁ ମିଳିଲା ସ୍ଥାନୀୟ ସରପଞ୍ଚ ଙ୍କ ଘରେ ସମ୍ପୂକ୍ତ ଅଧିକାରୀ ରହିଥିଲେ ମଧ୍ୟ ଚାଷୀ ମାନଙ୍କ ପାଖକୁ ଆସିନଥିଲେ. ରାତି 9 ଟା ସମୟରେ ତାଙ୍କର ଜଣେ ନିଜ ଲୋକ ଦ୍ୱାରା ଫୋନ ଯୋଗେ କହିଲେ ବାଦାମ ବିହନ ନାହିଁ ତାଙ୍କୁ କୁହ ସେ ପଳାନ୍ତୁ.
ଏଠି ପ୍ରଶ୍ନ ଉଠୁଛି- ଦଳିତ ଚାଷୀ ପାଇଁ ଯେଉଁ 50 ବସ୍ତା ବିହନ ରଖା ଯାଇଥିଲା ତାହା କୁଆଡେ ଗଲା?
8 ନଂ ୱାର୍ଡ ର ଚାଷୀଙ୍କ ବାଦାମ କୁଆଡେ ଗଲା?
ଏହି ଘଟଣା ସମ୍ପର୍କରେ ଯାଜପୁର ଜିଲ୍ଲାପା ଓ ବଡ଼ଚଣା ବିଧାୟକ ଅମର ଶତପଥି ଓ ମୋ ଓଡିଶା ଓ ନବୀନ ଓଡିଶା ଅଧକ୍ଷ ଭି . କେ ପାଣ୍ଡିଆନ ଏହା ଉପରେ ଦୃଷ୍ଟି ଦେଇ ବଞ୍ଚିତ ହୋଇଥିବା ଦଳିତ ଚାଷୀମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ସାଧାରଣ ରେ ଦାବି କରାଯାଇଛି.
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




